ଆଲୋକ ନାଥଙ୍କୁ କ୍ଷମା କରିବାକୁ ରାଜି ଥିବା ବିନ୍‌ତା ନନ୍ଦା କହିଲେ; ମୁଁ ପ୍ରତିଶୋଧ ଚାହେଁନି ମୁଁ ପରିବର୍ତ୍ତନ ଚାହେଁ, କିନ୍ତୁ ସେ ପ୍ରଥମେ ନିଜ କାମ ପାଇଁ ପଶ୍ଚାତାପ କରନ୍ତୁ

ମୁମ୍ବାଇ : ଖୋଲା ଚିଠି ଲେଖି ଅଭିନେତା ଆଲୋକ ନାଥଙ୍କ ଉପରେ ଦୁଷ୍କର୍ମ ଏବଂ ଯୌନ ଉତ୍ପୀଡ଼ନର ଆରୋପ ଲଗାଇଥିବା ଲେଖିକା ବିନ୍‌ତା ନନ୍ଦା ଏବେ ଆଲୋକ ନାଥଙ୍କୁ କ୍ଷମା କରିବାକୁ ରାଜି ହୋଇ ଯାଇଛନ୍ତି । ତାଙ୍କ କହିବା ଅନୁଯାୟୀ ଯଦି ଆଲୋକ ନାଥ ଟିକେ ବି ନିଜ କାମ ପାଇଁ ପଶ୍ଚାତାପ କରନ୍ତି,ତେବେ ମୁଁ ତାଙ୍କୁ କ୍ଷମା କରିଦେବି ।

ସୂଚନା ମୁତାବକ, ମଙ୍ଗଳବାର ବିନ୍‌ତା ନନ୍ଦାଙ୍କ ଅଭିଯୋଗ କ୍ରମେ ଆଲୋକ ନାଥଙ୍କ ବିରୋଧରେ ଏତଲା ରୁଜୁ କରାଯାଇଥିଲା । ମୁମ୍ବାଇର ଓସିଓ୍ଵାରା ପୁଲିସ ଆଲୋକ ନାଥଙ୍କ ଉପରେ ଧାରା ୩୭୬ ଅନୁଯାୟୀ ଏତଲା ରୁଜୁ କରିଥିଲା ।

oneindia.com

୧୯ବର୍ଷ ହେଲା ଏଭଳି ଦୁଃଖ ସହି ମଧ୍ୟ ମୁଁ ଆଲୋକ ନାଥଙ୍କୁ କ୍ଷମା କରିବାକୁ ରାଜି ଅଛି । ମୁଁ ପ୍ରତିଶୋଧ ଚାହେଁନି । ମୁଁ ପରିବର୍ତ୍ତନ ଚାହେଁ । କିନ୍ତୁ ସେ ଟିକେ ତ ପଶ୍ଚାତାପ କରନ୍ତୁ । ମୋତେ ବିଶ୍ୱାସ ହେବା ଦରକାର ସେ ମୋ ସହ ଯାହା କରିଥିଲେ ଆଗକୁ ସେଭଳି ଆଉ କେଉଁ ମହିଳା ସହ କରିବେ ନାହିଁ । ବିଶ୍ୱାସ ହେବା ପରେ ଯାଇ ମୁଁ ତାଙ୍କୁ କ୍ଷମା କରିବା କଥା ଭାବିବି ବୋଲି କହିଛନ୍ତି ବିନ୍‌ତା ।

ସମ୍ବନ୍ଧିତ ଖବର