ନଓ୍ଵାଜୁଦ୍ଦିନଙ୍କ ଠାକ୍‌ରେ ଅବତାର, ରିଲିଜ ହେଲା ‘ଠାକ୍‌ରେ’ର ଟିଜର୍

ନୂଆଦିଲ୍ଲୀ : ନଓ୍ଵାଜୁଦ୍ଦିନ ସିଦ୍ଦିକି ସର୍ବଦା ତାଙ୍କର ଭିନ୍ନଶୈଳୀର ଅଭିନୟ ପାଇଁ ଦର୍ଶକଙ୍କୁ ଆକୃଷ୍ଟ କରିଆସିଛନ୍ତି । ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଠାକ୍‌ରେ’ରେ ସେ ଶିବସେନା ପାର୍ଟିର ପ୍ରତିଷ୍ଠାତା ବାଲ ଠାକ୍‌ରେଙ୍କର ଭୂମିକାରେ ନଜର ଆସିବେ । ଗତକାଲି ଏହି ଫିଲ୍ମର ଟିଜର ରିଲିଜ ହୋଇଥିବା ବେଳେ ନଓ୍ଵାଜୁଦ୍ଦିନ ସିଦ୍ଦିକିିଙ୍କୁ ଏଥି ପାଇଁ ବର୍ତ୍ତମାନରୁ ହିଁ ପ୍ରଶଂସା ମିଳିବାରେ ଲାଗିଛି। ୨୦୧୯ରେ ଚଳଚ୍ଚିତ୍ରଟି ରିଲିଜ ହେବାକୁ ଥିବା ବେଳେ ବର୍ତ୍ତମାନରୁ ଚର୍ଚ୍ଚାରେ ରହିଛି ଏହାର ଟିଜର । ବିଗତ କିଛି ଦିନ ହେବ ନଓ୍ଵାଜୁଦ୍ଦିନ ସିଦ୍ଦିକିି ଚଳଚ୍ଚିତ୍ରରେ ଛୋଟ ହେଉ ପଛେ ନିଜର ଆର୍କଷଣୀୟ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହନ୍ତି।

୧ ମିନିଟ ୪୦ ସେକେଣ୍ଡ ବିଶିଷ୍ଟ ଟିଜରର ପ୍ରଥମ ଭାଗ ଏକ ଗାଁରୁ ଆରମ୍ଭ ହୋଇଥିବା ବେଳେ ଦ୍ୱିତୀୟ ଭାଗରେ ବହୁ ସଂଖ୍ୟକ ଲୋକଙ୍କୁ ଭାଷଣ ଦେବାରେ ଶେଷ ହୋଇଛି। ଟିଜରରେ ନଓ୍ଵାଜୁଦ୍ଦିନଙ୍କୁ ଅବିକଳ ବାଲ ଠାକ୍‌ରେଙ୍କ ରୂପ ଦିଆଯାଇଛି। ଚଳଚ୍ଚିତ୍ରଟିର କାହାଣୀ ସାଂସଦ ଏବଂ ସାମ୍ବାଦିକ ସଞ୍ଜୟ ରାଉତ ଲେଖିଥିବା ବେଳେ ଚଳଚ୍ଚିତ୍ରଟି ଉଭୟ ମରାଠୀ ଏବଂ ହିନ୍ଦୀ ଭାଷାରେ ରିଲିଜ ହେବାର ଅଛି। ଫିଲ୍ମଟି ୨୦୧୯ରେ ରିଲିଜ ହେବାକୁ ଥିବା ବେଳେ ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଅଭିଜିତ ପାନସୀ ।

ସମ୍ବନ୍ଧିତ ଖବର