ନୂଆ ଓଡ଼ିଆ ମ୍ୟୁଜିକ୍‌ ଭିଡିଓ ‘ଜହ୍ନ ଗୋଟେ ମିଠା ବିସ୍କୁଟ’

ସୁଟିଂ ଚାଲିଛି ଶିରିଡ଼ି ସାଇ ବାବା ମୁଭିଜ୍ ନିବେଦିତ ଓ ଆମ ଟିଭି ମ୍ୟୁଜିକ୍‌ ପ୍ରଯୋଜିତ ନୂଆ ଓଡ଼ିଆ ମ୍ୟୁଜିକ୍‌ ଭିଡିଓ ‘ଜହ୍ନ ଗୋଟେ ମିଠା ବିସ୍କୁଟ’। ଭୁବନେଶ୍ୱର ସ୍ଥିତ ଗିଫ୍ଟ ଇଞ୍ଜିନିୟରିଂ କଲେଜ ପରିସରରେ ଏହାର ସୁଟିଂ ଚାଲିଛି। ମ୍ୟୁଜିକ ଭିଡିଓଟି ଆମ ଟିଭି ମ୍ୟୁଜିକ୍‌ ୟୁଟ୍ୟୁବ୍ ଚ୍ୟାନେଲ୍‌ରେ ଫେବ୍ରୁଆରି ୧୪ ତାରିଖ ‘ଭାଲେନ୍ଟାଇନ୍ ଡେ’ ଅବସରରେ ମୁକ୍ତିଲାଭ କରିବ।

ପ୍ରେମ ଆଉ ପ୍ରତାରଣାର ଏକ ନିଛକ କାହାଣୀକୁ ନେଇ ମ୍ୟୁଜିକ ଭିଡିଓର କାହାଣୀଟି ଗତିଶୀଳ ହେଇଛି। ଏହାର ଗୀତ ରଚନା କରିଛନ୍ତି ଦେବଦାସ ଛୋଟରାୟ, କଣ୍ଠଦାନ କରିଛନ୍ତି ସୁସ୍ମିତା ଦାସ ଏବଂ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଓମ୍ ପ୍ରକାଶ ମହାନ୍ତି। ଗୀତଦୃଶ୍ୟରେ ଅଭିନୟ କରିଛନ୍ତି କିଛି ଜଣାଶୁଣା ମ୍ୟୁଜିକ୍‌ ଭିଡିଓ ଓ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅଭିଷେକ ଗିରି ଓ ଜସ୍ମିନ୍ ରଥ। ନିର୍ଦ୍ଦେଶନା ଦେଇଛନ୍ତି ରାଜେନ୍ଦ୍ର ମହାନ୍ତ ଓ ପ୍ରଯୋଜନା କରିଛନ୍ତି ପ୍ରଣୟ ଜେଠୀ। ଚିତ୍ରୋତ୍ତୋଳନ କରିଛନ୍ତି ସୌମ୍ୟରଂଜନ ନାୟକ।

ସମ୍ବନ୍ଧିତ ଖବର