ବିବାହ ପୂର୍ବରୁ ଶାରୀରିକ ସଂପର୍କ ଓ ଏକାଧିକ ସାଥୀଙ୍କ ସହ ଅନ୍ତରଙ୍ଗ ହେବା ପ୍ରସଂଗରେ ଏପରି ପ୍ରତିକ୍ରିୟା ରଖିଲେ ଅର୍ଜୁନ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅର୍ଜୁନ କପୁର ଏମ୍‌ଟିଭିର ୱେବ୍‌ ସିରିଜ୍‌ ‘ନିଷେଧ-୨’ର ପ୍ରମୋସନକୁ ନେଇ ବ୍ୟସ୍ତ ରହୁଛନ୍ତି। ନିକଟରେ ଏକ ଇଭେଣ୍ଟ୍‌ରେ ଅଜୁର୍ନ କପୁର୍‌ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସାମ୍ନା କରିଥିଲେ। ସେଠରେ ତାଙ୍କୁ କିଛି ପ୍ରଶ୍ନ ପଚରା ଯାଇଥିଲା ଓ ସେ ତାହାର ଉତ୍ତର ଦେଇଥିଲେ। ସେଠାରେ ସେ ଗର୍ଭପାତ, ଟିବି, ଯୌନ ସଂକ୍ରମିତ ରୋଗ ସମେତ ଅନ୍ୟ କିଛି ବିଷୟରେ କଥା ହୋଇଥିଲେ। ସେଠାରେ ତ‌ାଙ୍କୁ ଜଣେ ଗଣମାଧ୍ୟମ ପ୍ରତିନିଧି ପଚାରିଥିବା ପ୍ରଶ୍ନକୁ ନେଇ ଏକ ଲମ୍ବା ଯୁକ୍ତି କରିଥିଲେ ଅର୍ଜୁନ।

ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନ ଥିଲା, ‘ଆମ ଦେଶର ପରିଚୟ ହେଉଛି ଆମ ଦେଶର ସଂସ୍କୃତି। ଏଠ‌ାରେ ବିବାହ ପୂର୍ବରୁ ଶାରୀରିକ ସଂପର୍କ ମନା। ବିବାହ ପୂର୍ବରୁ ହେଉ ବା ବିବାହ ପରେ ହେଉ ଏକାଧିକ ସାଥୀଙ୍କ ସହ ଶାରୀରିକ ସଂପର୍କରେ ରଖିବା ପ୍ରସଂଗରେ ଆପଣଙ୍କର କ’ଣ ମତ ରହିବ? ଭାରତର ପରିଚୟ ହେଉଛି ଜଣେ ନାରୀ, ଜଣେ ପୁରୁଷ। ଆମେ ଜନ୍ମ ହୁଅନ୍ତି ଥରେ, ମରନ୍ତି ଥରେ ଓ ବିବାହ ବି କରନ୍ତି ଥ‌ରେ। ଆପଣଙ୍କ ମତ କ’ଣ? ବିବାହ ପୂର୍ବରୁ ଶାରୀରିକ ସଂପର୍କ ଠିକ୍‌ କି? ଏକାଧିକ ସାଥୀଙ୍କ ସହ ସଂପର୍କ ରଖିବା ଉଚିତ କି?’

ଯାହାର ଉତ୍ତରରେ ଅର୍ଜୁନ କହିଛନ୍ତି, ‘ଏହି ପରିଚୟ କିଏ ବନାଇଛି?’ ତା’ପରେ ରିପୋର୍ଟର ଜଣକ କହିଲେ ଶାହାରୁଖ୍‌ ଖାନ୍‌। ଏହାପରେ ଅଜୁର୍ନ ହସି ହସି କହିବାର ଶୁଣିବାକୁ ମିଳିଛି, ‘ଶାହାରୁଖ ଭାରତର ପରିଚୟ ନୁହନ୍ତି।’ ପୁଣି ରିପୋର୍ଟର ଜଣକ କହୁଛନ୍ତି ଯେ ଶାହାରୁଖ ହିଁ ଭାରତର ଏହି ସଂସ୍କୃତିକୁ ପ୍ରୋତ୍ସାହିତ କରନ୍ତି। ଯାହାର ଉତ୍ତରରେ ଅଜୁର୍ନ କହିଛନ୍ତି ଯେ ଶାହାରୁଖ ଏପରି କିଛି ବି କରୁନାହାନ୍ତି।

ତା’ପରେ ସେ ରିପୋର୍ଟରଙ୍କ ପ୍ରଶ୍ନର ଠିକ୍‌ ତରିକାରେ ଜବାବ ଦେଇ କହିଛନ୍ତି, ‘ଜୀବନରେ ଅନେକ ପରିସ୍ଥିତି ଆସେ। ଆପଣ ଅନେକ ଲୋକଙ୍କୁ ଭେଟନ୍ତି। ଅନେକ ସଂପର୍କ ବିଷୟରେ ଜାଣନ୍ତି। ବିବାହ ନିଷ୍ପତ୍ତି ଖୁବ୍ ବଡ଼ କଥା ହୋଇଥାଏ। ବିବାହ ପୂର୍ବରୁ ଅନେକ ପାହାଚ ଅଛି। ଆପଣ କାହାକୁ ଭେଟୁ ଭେଟୁ ନିଷ୍ପତ୍ତି ନେଇପାରିବେ ନାହିଁ ଯେ ସେ ଲୋକକୁ ବିବାହ କରିବାର ଅଛି। ଆପଣ କେମିତି ଜାଣିବେ ସେ ବ୍ୟକ୍ତି ଆପଣଙ୍କ ପାଇଁ ଠିକ୍‌ କି ନୁହେଁ? ବାକି ରହିଲା ଏକାଧୀକ ସାଥୀଙ୍କ କଥା। ଏହା ଜୀବନ, କୌଣସି ଭିଡିଓ ଗେମ୍‌ ନୁହେଁ। ମୋତେ ଲାଗୁଛି ଆପଣଙ୍କୁ ପ୍ରଶ୍ନ ବଦଳାଇବା ଉଚିତ।’

ସମ୍ବନ୍ଧିତ ଖବର