ରିଲିଜ୍ ହେଉ ହେଉ ‘ପଠାନ’ର କମାଲ, ୨ଦିନରେ ଆୟ କଲା ୨୩୫କୋଟି !

ମୁମ୍ବାଇ: ବୁଧବାର ରିଲିଜ୍ ହୋଇଥିଲା କିଙ୍ଗ ଖାନ୍ ଶାହରୁଖଙ୍କ ଅଭିନୀତ ଫିଲ୍ମ ‘ପଠାନ’। ଏହି ଫିଲ୍ମର ରିଲିଜକୁ ଦର୍ଶକ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ବୁଧବାର ଏହାର ଅନ୍ତ ଘଟିଥିଲା। ରିଲିଜ୍ ପୂର୍ବରୁ ଫିଲ୍ମଟି ଅନେକ ବଡ଼ ବଡ଼ ଫିଲ୍ମର ରେକର୍ଡ ଭାଙ୍ଗିବ ବୋଲି କୁହାଯାଉଥିବା ବେଳେ ରିଲିଜର ପରେ ତାହା ପ୍ରମାଣ ହେବାରେ ଲାଗିଛି। ଅନେକ ବର୍ଷର ବ୍ୟବଧାନ ପରେ ଶାହରୁଖ ଫେରିଥିବା ବେଳେ ଫିଲ୍ମଟି ଦର୍ଶକଙ୍କୁ ପସନ୍ଦ ଆସୁଥିବା ଜଣାପଡ଼ିଛି।

ଚଳଚ୍ଚିତ୍ରଟି ଦ୍ୱିତୀୟ ଦିନରେ ଘରୋଇ ବଜାରରେ ୭୦କୋଟି ରୋଜଗାର କରିଥିଲାବେଳେ ବିଦେଶରେ ମଧ୍ୟ ଫିଲ୍ମଟି ଭଲ ଆୟ କରୁଛି। ବାଣିଜ୍ୟ ବିଶ୍ଳେଷକ ରମେଶ ବାଲାଙ୍କ ଅନୁଯାୟୀ, ‘ପଠାନ’ ଦୁଇ ଦିନ ମଧ୍ୟରେ ସାରା ବିଶ୍ୱରେ ୨୩୫କୋଟି ରୋଜଗାର କରିଛି। ବିଶ୍ବ ବଜାରରେ ‘ପଠାନ’ ପ୍ରଥମ ଦିନରେ ୧୦୦କୋଟି ଆୟ କରିଥିବା ବେଳେ ଦ୍ୱିତୀୟ ଦିନରେ ମଧ୍ୟ ୧୦୦କୋଟିରୁ ଅଧିକ ଆୟ କରିଛି। ଏହାକୁ ମିଶାଇ ଦୁଇ ଦିନରେ ‘ପଠାନ’ର ବିଶ୍ବବ୍ୟାପୀ ୨୩୫କୋଟି ଆୟ କରିଛି। ତେବେ ପୂର୍ବରୁ ଫିଲ୍ମର ଲୋକପ୍ରିୟତାକୁ ଦେଖି ଏହି ଚଳଚ୍ଚିତ୍ରର ୩୦୦ରୁ ଅଧିକ ସୋ’ ସମଗ୍ର ଭାରତରେ ବୃଦ୍ଧି କରାଯାଇଥିଲା।

ତେବେ ‘ପଠାନ’ ଅନେକ ଫିଲ୍ମର ରେକର୍ଡ ଭାଙ୍ଗିଥିଲେ ବି ‘କେଜିଏଫ-୨’କୁ କାଟି ପାରିନାହିଁ। ‘କେଜିଏଫ-୨’ ଦୁଇଦିନରେ ବିଶ୍ବବ୍ୟାପୀ ୩୦୦କୋଟି ଆୟ କରିଥିବା ବେଳେ ‘ପଠାନ’ ୨୩୫କାଟି ଆୟ କରିଛି।

ସମ୍ବନ୍ଧିତ ଖବର