ଏ ବର୍ଷ ଗୋଟିଏ ସିନେମାରେ ସନ୍ତୁଷ୍ଟ ଅଛନ୍ତିି ପ୍ରକୃତି

ଭୁବନେଶ୍ୱର: ପ୍ରଖ୍ୟାତ ସଂଗୀତ ନିର୍ଦେଶକ ମନ୍ମଥ ମିଶ୍ରଙ୍କ କନ୍ୟା ପ୍ରକୃତି ଓଲିଉଡରେ ଶିଶୁ କଳାକାର ଭାବେ ପ୍ରବେଶ କରିଥିଲେ। ଶିଶୁ କଳାକାର ଭାବେ ତାଙ୍କ ଅଭିନୀତ ପ୍ରଥମ ଛବି ଥିଲା ସୁବିଖ୍ୟାତ ନିର୍ଦେଶକ ଶିଶିର ମିଶ୍ରଙ୍କ ‘ ସାବତ ମା ’। ତାଙ୍କୁ ଶିଶୁ କଳାକାର ଭାବେ ଆଉ କେତୋଟି ଓଡ଼ିଆ ଛବିରେ ଦେଖିବାକୁ ମିଳିଛି ଯେଉଁଥିରୁ ଆଉ ଏକ ଉଲ୍ଲେଖନୀୟ ସିନେମା ହେଲା ‘ହରି ଭାଇ ହାରେନା’।

ତେବେ ନାୟିକା ରୂପେ ପ୍ରକୃତିଙ୍କୁ ବ୍ରେକ୍‌ ଦେଇଥିଲେ ସୋ’ ମ୍ୟାନ୍‌ ପ୍ରଶାନ୍ତ ନନ୍ଦ ତାଙ୍କ ଫିଲ୍ମ ‘ ଥୁକୁଲ୍‌ ’(୨୦୧୨)ରେ। ଏହାପରେ ସେ ‘ପ୍ରେମିକା’, ‘ ଓମ୍‌ ସାଇ ରାମ୍‌ ’, ‘ ଏସିପି ସାଗରିକା ’ ‘ଓମ୍‌ -ଆଇ ଆମ୍‌ ନଟ୍‌ ଏ ଗଡ୍‌ ’ ଏବଂ ‘ ମିଠା ମିଠା ’ଆଦି ଓଡ଼ିଆ ଛବିରେ ଲିଡ୍‌ ରୋଲରେ ନଜର ଆସିଛନ୍ତି। ବିଗତ ୫ ବର୍ଷରେ ତାଙ୍କୁ ଯେତେ ସଂଖ୍ୟକ ଫିଲ୍ମରେ ଦର୍ଶକ ଦେଖିବେ ବୋଲି ଆଶା ରଖିଥିଲେ, ତାହା ସମ୍ଭବ ହୋଇନାହିଁ। ସେ ଯାହା ହେଉନା କାହିଁକି ଏବର୍ଷ ପ୍ରକୃତିଙ୍କୁ କେବଳ ଗୋଟିଏ ସିନେମାରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।

ଚଳିତ ବର୍ଷ ପ୍ରକୃତିଙ୍କ ଅଭିନୀତ ‘ମିଠା ମିଠା’ ମୁକ୍ତିଲାଭ କରିଛି। ଏଥିରେ ସମ୍ଭବଙ୍କ ବିପକ୍ଷରେ ନଜର ଆସିଥିଲେ ସେ ଏଠାରେ ସୂଚନାଯୋଗ୍ୟ ଯେ ପୂର୍ବରୁ ସମ୍ଭବ ଶ୍ରୀକାନ୍ତ ଗୌତମଙ୍କ ‘ଓ୍ଵାନ ଓ୍ଵ ଟ୍ରାଫିକ୍‌’ରେ ଲିଡ ରୋଲରେ ଦେଖା ଦେଇଥିଲେ। ଏ ବର୍ଷ ତାଙ୍କୁ ଏକ ହିନ୍ଦୀ ସିରିଆଲରେ ମଧ୍ୟ ପ୍ରକୃତି ଦେଖିବାକୁ ପାଇଥିଲେ ଦର୍ଶକ।

ସମ୍ବନ୍ଧିତ ଖବର