କୋଟି କୋଟି ଟଙ୍କାର ମାଲିକାଣି ହୋଇ ମଧ୍ୟ ନିଜର ଏଭଳି ଅଭ୍ୟାସକୁ ଛାଡ଼ି ପାରି ନାହାନ୍ତି ପ୍ରିୟଙ୍କା, ଟଙ୍କା ସଞ୍ଚୟ କରିବା ପାଇଁ କରନ୍ତି ଏହି କାମ…

ମୁମ୍ବାଇ: ଏବେ ଗ୍ଲୋବାଲ ଆଇକନ ବନି ସାରିଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ଉଭୟ ବଲିଉଡ୍‌ ଓ ହଲିଉଡ୍‌ରେ କାମ କରି ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଅନେକଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ଅନେକ ଦିନ ପର୍ଯ୍ୟନ୍ତ ବଲିଉଡ୍‌ରୁ ଦୂରରେ ଥିବା ପ୍ରିୟଙ୍କା ଏବେ ଫିଲ୍ମ ‘ଦ ସ୍କାଏ ଇଜ୍‌ ପିଙ୍କ’ ଜରିଆରେ ବଲିଉଡ୍‌କୁ ଫେରୁଛନ୍ତି । ଆସନ୍ତା କାଲି ଫିଲ୍ମ ରିଲିଜ୍‌ ହେବାକୁ ଥିବା ବେଳେ ଫିଲ୍ମର ପ୍ରଚାର ପାଇଁ ଲାଗି ପଡ଼ିଛନ୍ତି ପ୍ରିୟଙ୍କା । ପ୍ରଚାର ସମୟରେ ସେ ନିଜ ସଂପର୍କରେ କରୁଥିବା ବିଭିନ୍ନ ଖୁଲାସା ତାଙ୍କୁ ଆହୁରି ଚର୍ଚ୍ଚିତ କରାଉଛି ।

କିଛି ଦିନ ତଳେ ସେ ତାଙ୍କ ବିବାହ ସମୟର ଅନେକ ଗେୋପନ କଥାର ଖୁଲାସା କରିଥିବା ବେଳେ ଏବେ ସେ ନିଜର ଏକ ଅଭ୍ୟାସ ବିଷୟରେ ଜଣାଇଛନ୍ତି । ସଫଳ ହେବା ସହ କୋଟି କୋଟି ଟଙ୍କାର ମାଲିକାଣି ହୋଇ ମଧ୍ୟ ଆଜି ବି ପ୍ରତି ଖାଦ୍ୟରେ ସେ ଆଚାର ଖାଉଥିବା କହିଛନ୍ତି ।

Image result for priyanka-chopra-reveals-her-middle-class-habits
Times of India

ତାଙ୍କ କହିବା ଅନୁଯାୟୀ, ମୁଁ ସବୁ ଖାଦ୍ୟରେ ଏବେ ବି ଆଚାର ଖାଉଛି । ଏମିତି କି ଚିଜ୍‌ ସାଣ୍ଡଓ୍ଵିଚ୍‌ ସହ ମଧ୍ୟ ମୁଁ ଆମ୍ବ ଆଚାର ଖାଏ । ଘରେ ତିଆରି ହେଉଥିବା ଆଚାର ମୋତେ ସବୁଠୁ ଅଧିକ ପସନ୍ଦ । ଜିନିଷ କିଣିବା ପାଇଁ ମୁଁ ଅନ୍‌ଲାଇନ୍‌ ସେଲ୍‌କୁ ଅପେକ୍ଷା କରେ । ଅଧିକ ରିହାତିରେ ଜିନିଷ କିଣିବା ମୋତେ ପସନ୍ଦ । ଟଙ୍କା ସଞ୍ଚୟ କରିବାକୁ ମୋତେ ମଜା ଲାଗେ ।

ସମ୍ବନ୍ଧିତ ଖବର