ଅଶ୍ଳୀଳ ଫଟୋ ସୁଟ୍‌ କରି ବନ୍ଧା ହେଲେ ଅଭିନେତ୍ରୀ ପୁନମ ପାଣ୍ଡେ

ମୁମ୍ବାଇ: ଅଭିନେତ୍ରୀ ପୁନମ୍ ପାଣ୍ଡେ ଗିରଫ୍ । ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ପୁନମ୍ ପାଣ୍ଡେଙ୍କୁ ଗିରଫ୍ କରିଛି ଗୋଆ ପୁଲିସ । କିଛି ଦିନ ତଳେ ଗୋଆ ସମୁଦ୍ର ବେଳାଭୂମିରେ ଅଶ୍ଳୀଳ ଫଟୋ ସୁଟ୍ କରୁଥିବା ନେଇ ନଭେମ୍ବର ୩ ତାରିଖରେ ଗୋଆ ଫରୱାର୍ଡ ପାର୍ଟିର ମହିଳା ଶଖା ପୁନମଙ୍କ ନାମରେ ଦକ୍ଷିଣ ଗୋଆର ମାରଗାଓଁ ଥାନାରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି ଗୋଆ ପୁଲିସ ପୁନମଙ୍କୁ ଗିରଫ କରିଛି ।

ପୂର୍ବରୁ ଦକ୍ଷିଣ ଗୋଆର ଏକ ସଂରକ୍ଷିତ ସ୍ଥାନରେ ପୁନମ୍ ପାଣ୍ଡେ ଅଶ୍ଳୀଳ ଫଟୋ ସୁଟ୍ କରିବାକୁ ଅନୁମତି ଦେଇଥିବା ଜଣେ ଇନସପେକ୍ଟରକୁ ନିଲମ୍ବିତ କରାଯାଇଥିଲା । ମହିଳା ସଂଗଠନ ତାଙ୍କର ଅଭିଯୋଗରେ ଲେଖିଛନ୍ତି କି ଏଭଳି ଅଶ୍ଳୀଳ ଫଟୋ ସୁଟ୍ କରିବା ଗୋଆର ମହିଳାମାନଙ୍କ ଉପରେ ଖରାପ ପ୍ରଭାବ ପକାଇବା ସହ ଗୋଆର ଛବିକୁ କଳଙ୍କିତ କରିଛି । ଜଣେ ମହିଳା ନେତ୍ରୀ କହିଛନ୍ତି କି ‘ମୋତେ ଆଶ୍ଚର୍ଯ୍ୟ ଲାଗୁଛି ଯେ ସରକାରଙ୍କ ସଂରକ୍ଷିତ ସ୍ଥାନରେ ଏଭଳି ଫଟୋ ସୁଟିଂ କରିବାକୁ କିଏ ଅନୁମତି ଦେଇଥିଲା । ’ ଦକ୍ଷିଣ ଗୋଆ ପୁଲିସ ପ୍ରଥମେ ଏଫଆଇଆର ଦାୟର କରିବା ପରେ ଏହି ମାମଲାରେ ଅଭିଯୁକ୍ତ ଥିବା ବ୍ୟକ୍ତିମାନଙ୍କ ବିରୋଧରେ ଧାରା ୨୯୪ ଲଗାଇ ତଦନ୍ତ ଆରମ୍ଭ କରିବା ସହ ଅଶ୍ଳୀଳ ଫଟୋ ସୁଟ୍ କରୁଥିବା ପୁନମ୍ ପାଣ୍ଡେଙ୍କୁ ଗିରଫ୍ କରିଛି ।

ସମ୍ବନ୍ଧିତ ଖବର