ଏହି ହଲିଉଡ୍ ଫିଲ୍ମ ଦେଖି ଚୁମ୍ବନ ଦେବା ଶିଖିଥିଲେ ଅଭିନେତା ରାଜକୁମାର ରାଓ
ମୁମ୍ବାଇ : ଅନେକ ସଂଘର୍ଷ କରିବା ପରେ ବଲିଉଡ୍ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି ଅଭିନେତା ରାଜକୁମାର ରାଓ । ରାଜକୁମାରଙ୍କୁ ଏବେ ଆମୀର ଖାନ୍ଙ୍କ ସହ ତୁଳନା କରାଯାଉଥିବା ବେଳେ ତାଙ୍କ ଫିଲ୍ମ ଚୟନ କରିବାର ଦକ୍ଷତାକୁ ସମସ୍ତେ ପ୍ରଶଂସା କରିଛନ୍ତି । ଓମେର୍ତା, ସିଟିଲାଇଟ୍ସ,ଶହିଦ୍,ଟ୍ରାପ୍ଡ଼୍ ଏବଂ ଅଲିଗଡ଼ ଭଳି ଫିଲ୍ମ ଦ୍ୱାରା ସେ ନିଜ ଅଭିନୟର ଦକ୍ଷତା ଦେଖାଇ ସାରିଥିବା ବଳେ କିିଛି ଦିନ ତଳେ ରିଲିଜ୍ ହୋଇଥିବା ଫିଲ୍ମ ସ୍ତ୍ରୀକୁ ମଧ୍ୟ ଦର୍ଶକଙ୍କ ଭଲ ପାଇବା ମିଳିଛି । ଏତେ ସବୁ ମଧ୍ୟରେ ରାଜକୁମାରଏକ ସାକ୍ଷାତକାରରେ ନିଜ ସହ ଜଡ଼ିତ ଅନେକ ରୋଚକ ତଥ୍ୟର ଖୁଲାସା କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ତାଙ୍କ କହିବା ଅନୁଯାୟୀ,ଫିଲ୍ମ ଟାଇଟାନିକ୍ ଦେଖି ସେ ଚୁମ୍ବନ ଦେବା ଶିଖିଥିଲେ । ୨୦ଥର ସେ ଟାଇଟାନିକ୍ ଦେଖିଥିବା ବେଳେ ତୃତୀୟ ଶ୍ରେଣୀରେ ପଢ଼ୁଥିବା ସମୟରେ ତାଙ୍କୁ ପ୍ରଥମ ପ୍ରେମ ହୋଇଥିଲା । ତାଙ୍କ ଜୀବନରେ ଅନେକ ଝିଅ ଆସିଥିବା ବେଳେ ସେ ସମସ୍ତଙ୍କୁ ସେ ନିଜ ମା’ଙ୍କ ସହ ଦେଖା କରାଇଥିଲେ । କିନ୍ତୁ ପତ୍ରଲେଖାଙ୍କୁ ମା’ଙ୍କ ସହ ଦେଖା କରାଇବା ପରେ ତାଙ୍କ ମା’ ପତ୍ରଲେଖାଙ୍କୁ ସବୁଦିନ ପାଇଁ ରଖିବା କଥା କହିଥିଲେ । ପତ୍ରଲେଖା ତାଙ୍କର ଜଣେ ଭଲ ବନ୍ଧୁ ହେବା ସହ ଜଣେ ଭଲ ପ୍ରେମିକା ବୋଲି କହିଛନ୍ତି ରାଜକୁମାର ।