ରଣବୀର ଓ ଆଲିଆଙ୍କ ବାହାଘର ସଂପର୍କରେ ଇଶାରା ଦେଲେ ଋଷି କପୁର , ଜାଣନ୍ତୁ କ’ଣ କହିଲେ

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର୍‌ କପୁର୍‌ଙ୍କ ଅଭିନୀତ ସଂଜୟ ଦତ୍ତଙ୍କ ବାୟୋପିକ୍‌ ଫିଲ୍ମ ‘ସଂଜୁ’ ବ୍ଲକ୍‌ବଷ୍ଟର୍‌ ଫିଲ୍ମର ମାନ୍ୟତା ପାଇଲା ପରେ ଏବେ ସବୁଠାରେ ଅଭିନେତା ରଣବୀର୍‌ କପୁର୍‌ ଚର୍ଚ୍ଚାରେ ରହିଛନ୍ତି।ଏତଦ୍‌ବ୍ୟତୀତ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ସହିତ ରଣବୀରଙ୍କର ଆଫେୟାର୍‌ ଖବର ବି ଆଜିକାଲି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ତେବେ ରଣବୀର୍‌-ଆଲିଆ ଯୋଡ଼ି ସବୁଠିଁ ସର୍ବସାଧାରଣ ସ୍ଥାନରେ ଏକାଠି ହାତ ଧରା ଧରି ହୋଇ ନଜର ଆସିବା ମଧ୍ୟ ସେମାନଙ୍କର ପ୍ରେମସଂପର୍କ ଆଡ଼କୁ ଇଶାରା ଦେଉଛି।

ଏବେ ରଣବୀର୍‌ଙ୍କ ପିତା ତଥା ଅଭିନେତା ଋଷି କପୁର୍‌ ପୁଅ ରଣବୀର୍‌ କପୁରଙ୍କର ବାହାଘରକୁ ନେଇ ଏପରି କିଛି ମନ୍ତବ୍ୟ ଦେଇଛନ୍ତି,ଯାହାକୁ ଶୁଣିଲେ ଆପଣ ମଧ୍ୟ ଅନୁମାନ ଲଗାଇପାରିବେ ଯେ ପୁଅ ରଣବୀର ଓ ଆଲିଆଙ୍କ ସଂପର୍କକୁ ନେଇ ତାଙ୍କର କୌଣସି ଆପତ୍ତି ନାହିଁ। ଏହାକୁ ନେଇ ଋଷି ଏପରି କିଛି ମନ୍ତବ୍ୟ ଦେଇଛନ୍ତି। ନିକଟରେ ଋଷି ପ୍ରକାଶ କରିଛନ୍ତି କି ,ପୁଅ ରଣବୀର୍‌ ୩୫ ବର୍ଷରେ ପଦାର୍ପଣ କରିଲେଣି,ତେଣୁ ତାଙ୍କୁ ଯଥା ଶୀଘ୍ର ବିବାହ କରିନେବା ଉଚିତ୍‌।

ସେ ମାତ୍ର ୨୭ ବର୍ଷ ବୟସରେ ବିବାହ କରିଥିବା କଥା ବି ପୁଅ ରଣବୀର୍‌ଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ଏହାସହିତ ରଣବୀର୍‌ ଯେଉଁ ଝିଅକୁ ଚାହୁଁଛନ୍ତି,ତାଙ୍କୁ ବିବାହ କରିପାରନ୍ତି ,ଏନେଇ ତାଙ୍କର କୌଣସି ଅସୁବିଧା ନାହିଁ ବୋଲି ଋଷି କହିଛନ୍ତି। କେବଳ ସେ ମୃତ୍ୟୁ ପୂର୍ବରୁ ନାତି-ନାତୁଣୀଙ୍କ ସହିିତ କିଛିଟା ସମୟ ଅତିବାହିତ କରିବାର ଇଛା ରଖିଛନ୍ତି ବୋଲି ପୁଅ ରଣବୀର୍‌ଙ୍କ ଉଦ୍ଦେଶ୍ୟରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର