ଏହି କାରଣରୁ ରେଳ ଷ୍ଟେସନରେ ଗୀତ ଗାଉଥିଲେ ରାନୁ

ନୂଆଦିଲ୍ଲୀ : ରେଳ ଷ୍ଟେସନରୁ ଆଜି ବଲିଉଡ୍‌ରେ ପହଞ୍ଚିଛନ୍ତି ରାନୁ ମଣ୍ଡଲ । ଦିନେ ଯାହାକୁ ରେଳ ଷ୍ଟେସନରେ ବସି ଗୀତ ଗାଉଥିବାର ଦେଖି ମଧ୍ୟ ଲୋକେ ଅଣଦେଖା କରି ଦେଉଥିଲେ, ଆଜି ତାକୁ ସାରା ଦେଶ ଶୁଣୁଛି । ଆଜି ଆମେ ଏଠାରେ ରାନୁ ମଣ୍ଡଲଙ୍କ କଥା କହୁଛୁ, ଯିଏ ପଶ୍ଚିମବଙ୍ଗର ରାଣାଘାଟ ରେଳ ଷ୍ଟେସନରେ ବସି ଲତା ମଙ୍ଗେସକରଙ୍କ ଗୀତ ଗାଉଥିଲେ । ତାଙ୍କର ଭିଡିଓ ଭାଇରାଲ ହେବା ପରେ ରାତା ରାତି ସେ ଲୋକପ୍ରିୟ ହେବା ସହ ଏବେ ହିମେଶ ରେସ୍‌ମିଆ ତାଙ୍କୁ ନିଜ ଚଳଚ୍ଚିତ୍ରରେ ଗାଇବାର ସୁଯୋଗ ଦେଉଛନ୍ତି । ଏହା ସହ ତାଙ୍କୁ ସୋନି ଟିଭିରେ ପ୍ରସାରିତ ହେଉଥିବା ସୁପରଷ୍ଟାର ସିଙ୍ଗର ରିୟାଲିଟି ସୋ’କୁ ଆସିବାର ମଧ୍ୟ ସୁଯୋଗ ମିଳିଥିଲା ।

Times of India

ସୋ’ର ହୋଷ୍ଟ ଜୟ ଭାନୁଶାଳୀ ରାନୁଙ୍କୁ ରେଳ ଷ୍ଟେସନରେ କ’ଣ ପାଇଁ ଗୀତ ଗାଉଥିଲ ବୋଲି ପଚାରିଥିଲେ । ଏହାର ଉତ୍ତର ରଖି, ମୁଁ ରେଳ ଷ୍ଟେସନରେ ଏଥିପାଇଁ ଗୀତ ଗାଉଥିଲି କାରଣ ମୋ ପାଖରେ ରହିବା ପାଇଁ ଘର ନଥିଲା । ନିଜର ପେଟ ପୋଷିବା ପାଇଁ ମୁଁ ଗୀତ ଗାଉଥିଲି, ଯାହା ପାଇଁ ଲୋକେ ମୋତେ କେତେବେଳେ ବିସ୍କୁଟ ତ କେତେବେଳେ ଟଙ୍କା ଦେଉଥିଲେ ।

ସମ୍ବନ୍ଧିତ ଖବର