ଆସିଲା ‘ଟାଇଗର୍‌ ୩’ର ମୁକ୍ତିଲାଭ ତାରିଖ

ବର୍ତ୍ତମାନ ସମୟରେ ସଲମାନ ଖାନ ଓ କ୍ୟାଟ୍ରିନା କୈଫ୍‌ ଅଭିନୀତ ‘ଟାଇଗର୍’ ଶୃଙ୍ଖଳାର ତୃତୀୟ ସଂସ୍କରଣ ବଲିଉଡ୍‌ର ସବୁଠାରୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ। ଏହାର ନିର୍ମାଣ ସମ୍ପର୍କରେ ଘୋଷଣା ହେବା ପରେ ପ୍ରଶଂସକମାନେ ଅନେକ ମାସ ଧରି ଏହାର ଝଲକ ଅପେକ୍ଷାରେ ରହିଥିଲେ। ଏବେ ‘ଟାଇଗର୍‌ ୩’ର ‘ଜୋୟା’ ଓ ‘ଟାଇଗର୍‌’ ଏହାର ଟିଜର୍‌ ସାଙ୍ଗକୁ ମୁକ୍ତିଲାଭ ତାରିଖ ପ୍ରକାଶ କରିଛନ୍ତି।

ଏହା ଆସନ୍ତା ବର୍ଷ ଇଦ୍‌ ଅବସରରେ, ଅର୍ଥାତ୍‌ ୨୦୨୩ ଏପ୍ରିଲ୍‌ ୨୧ରେ ବଡ଼ ପରଦାରେ ମୁକ୍ତିଲାଭ କରିବ। ମନୀଷ ଶର୍ମା ଏହାର ନିର୍ଦେଶନା ଦେଉଥିବା ବେଳେ ଆଦିତ୍ୟ ଚୋପ୍ରା ଏହାର ପ୍ରଯୋଜନା କରିଛନ୍ତି। ଦେଶ ବିଦେଶର ବିଭିନ୍ନ ସ୍ଥାନରେ ସୁଟିଂ ଚାଲିଥିବା ଏହି ସିନେମାରେ ସଲମାନ ଓ କ୍ୟାଟ୍ରିନାଙ୍କ ଦମଦାର ଆକ୍ସନ୍ ଦେଖିବାକୁ ମିଳିବ ବୋଲି ଟିଜର୍‌ ଦେଖି ପ୍ରଶଂସକମାନେ ଅନୁମାନ କଲେଣି। ତା’ ସାଙ୍ଗକୁ ଅଭିନେତା ଇମରାନ ହାସମି ମଧ୍ୟ ଏଥିରେ ଏକ ଗୁରୁତ୍ବପୂର୍ଣ୍ଣ ଭୁମିକାରେ ଅବତୀର୍ଣ୍ଣ ହେବେ। ‘ଟାଇଗର୍‌ ୩’ ହିନ୍ଦୀ ସମେତ ତାମିଲ ଓ ତେଲୁଗୁ ଭାଷାରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

ସମ୍ବନ୍ଧିତ ଖବର