କୋଙ୍କଣୀ ବିବାହ ସମୟରେ ଦୀପିକା ପିନ୍ଧିଥିବା କାଞ୍ଜିବରମ ଶାଢ଼ିକୁ ଡିିଜାଇନ କରି ନ ଥିଲେ ସବ୍ୟସାଚୀ!

ମୁମ୍ବାଇ : ୨୦୧୮ର ସବୁଠାରୁ ଚର୍ଚ୍ଚିତ ବିବାହ ମଧ୍ୟରେ ଗୋଟିଏ  ଥିଲା ଦୀପ୍‌-ବୀରଙ୍କ ବିବାହ । ଗତ ନଭେମ୍ବର୧୪-୧୫ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଥିବା ବେଳେ ଏବେ ବେଙ୍ଗାଲୁରୁରେ ହୋଇଥିବା ବିବାହ ଭୋଜିର ଫଟୋ ମଧ୍ୟ ସାମ୍ନାକୁ ଆସି ସାରିଛି । । ବିବାହ ସମୟରେ ଦୀପିକା ପିନ୍ଧିଥିବା ଲେହେଙ୍ଗା ଏବଂ ଶାଢ଼ି ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏହାକୁ ଡ଼ିଜାଇନର ସବ୍ୟସାଚୀ ଡ଼ିଜାଇନ୍‌ କରିଥିଲେ ବୋଲି ଚର୍ଚ୍ଚା ହୋଇଥିଲା । କିନ୍ତୁ ଏବେ ତାହା ସଂପୂର୍ଣ୍ଣ ମିଛ ବୋଲି ସାମ୍ନାକୁ ଆସିଛି । କୋଙ୍କଣୀ ବିବାହ ସମୟରେ ଦୀପିକା ପିନ୍ଧିଥିବା ଶାଢ଼ିକୁ ସବ୍ୟସାଚୀ ନୁହନ୍ତି ବରଂ ତାଙ୍କ ମା’ ଦୀପିକାଙ୍କ ପାଇଁ କିଣିଥିବା ଜଣାପଡ଼ିଛି ।

 

View this post on Instagram

 

Thank you Shefalee Vasudev @shefatwork @thevofashion for aligning the information. #Sabyasachi #TheWorldOfSabyasachi

A post shared by Sabyasachi Mukherjee (@sabyasachiofficial) on

ସୂଚନା ମୁତାବକ, ବିବାହ ପାଇଁ ଦୀପିକାଙ୍କ ମା’ଉଜ୍ଜଲା ପଦୁକୋନ୍‌ ଝିଅ ପାଇଁ ବେଙ୍ଗାଲୁରୁର ଅଙ୍ଗାଡ଼ି ଗୈଲାରିୟାରୁ କାଞ୍ଜିବରମ ଶାଢ଼ି କିଣିଥିଲେ । କିଣି ସାରିବା ପରେ ଶାଢ଼ିରେ ଅନ୍ୟ କିଛି କାମ କରିବା ପାଇଁ ସବ୍ୟସାଚୀଙ୍କୁ ଦିଆଯାଇଥିଲା । ଏହି ଖବର ସବ୍ୟସାଚୀ ନିଜ ଇନ୍‌ଷ୍ଟା ଆକାଉଣ୍ଟରେ ଲେଖି ସେୟାର କରିବା ପରେ ସାମ୍ନାକୁ ଆସିଛି । ଏହି ପୋଷ୍ଟରେ ସେ ଦୀପିକାଙ୍କ ମା’ଙ୍କୁ ସବୁ ଶ୍ରେୟ ଦେଇଥିବା ଦେଖାଯାଇଛି ।

ସମ୍ବନ୍ଧିତ ଖବର