ମୁମ୍ବାଇ: ବଲିଉଡ୍ ଷ୍ଟାର୍ ସଲମାନ ଖାନଙ୍କ ନାମ ଅନେକ ଅଭିନେତ୍ରୀଙ୍କ ନାମ ସହ ଯୋଡ଼ି ହୋଇଛି। ଅନେକ ଅଭିନେତ୍ରୀଙ୍କ ସହ ପ୍ରେମ ସଂପର୍କ ରଖିଥିବା ଏହି ସୁପର୍ଷ୍ଟାର୍ ଜଣକ ଏଯାବତ୍ ଅବିବାହିତ। ତାଙ୍କ ଅବିବାହିତ ରହିବାକୁ ନେଇ ଢେର୍ ଚର୍ଚ୍ଚା। ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟଙ୍କୁ ବିବାହ କରିନପାରିବାରୁ ସେ ଏଯାବତ୍ ବାହା ନ ହୋଇ ନାହାନ୍ତି ବୋଲି କେହି କେହି କହୁଥିବା ବେଳେ ଆଉ କେହି ତାଙ୍କ ଅବିବାହିତ ରହିବା ପାଇଁ କ୍ୟାଟ୍ରିନ୍ଙ୍କ ଆଡ଼େ ଆଙ୍ଗୁଠି ଉଠାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏବେ ଏକ ନୂଆ କଥା ଜାଣିବାକୁ ମିଳିଛି। ଗୋଟାଏ ସମୟରେ ସଲମାନ ଅଭିନେତ୍ରୀ ଜୁହି ଚାଓ୍ଵଲାଙ୍କୁ ବିବାହ କରିବାକୁ ଚାହୁଁଥିଲେ। ଏକ ଚାଟ୍ ସୋ’ରେ ସଲୁ ମିଆ ସ୍ୱୀକାର କରିଛନ୍ତି ଯେ ସେ ଜୁହିଙ୍କୁ ବିବାହ କରିବାକୁ ଚାହାନ୍ତି ବୋଲି ତାଙ୍କ ବାପାଙ୍କୁ କହିଥିଲେ। ଜୁହିଁଙ୍କ ହାତ ତାଙ୍କ ବାପାଙ୍କୁ ମାଗିବାରୁ ଜୁହିଙ୍କ ବାପା ସ୍ପଷ୍ଟ ମନା କରି ଦେଇଥିଲେ। ଜୁହିଙ୍କ ସଂପର୍କରେ ସଲମନ କହନ୍ତି, ‘ସେ ଖୁବ୍ ସୁଇଟ୍ ଓ ପ୍ୟାରି। ତାଙ୍କ ବିବାହ ପ୍ରସ୍ତାବ ମୁଁ ତାଙ୍କ ବାପାଙ୍କୁ ଦେଇଥିଲି କିନ୍ତୁ ସେ କହିଲେ ନା।’
ସଲମାନଙ୍କୁ ହୋଷ୍ଟ୍ ଏହାର କାରଣ ପଚାରିବାରୁ ସେ କହିଥିଲେ କି ଜୁହିଙ୍କ ବାପାଙ୍କ ଦୃଷ୍ଟିରେ ସଲମାନ ତାଙ୍କ ପାଇଁ ଯୋଗ୍ୟ ନଥିଲେ। ବୃତ୍ତିଗତ ଭାବେ ସଲମାନ ଏବଂ ଜୁହିଁ କୌଣସି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକା ଗ୍ରହଣ କରିନାହାନ୍ତି। ଏ ସଂପର୍କରେ ସଲମାନ କହନ୍ତି ଜୁହିଁ ତାଙ୍କ ସହ କାର୍ଯ୍ୟ କରିବାକୁ ଅନିଚ୍ଛା ପ୍ରକାଶ କରନ୍ତି।
କରଣ ଜୋହରଙ୍କ ସୋ’ ‘କଫି ଉଇଥ୍ କରଣ’ରେ ଜୁହି ନିଜ ପକ୍ଷ ରଖି କହିଛନ୍ତି ଯେ ‘କେହି ଜଣେ ଏକ ଗୁଜବ ଫେଲାଇଥିଲା ଯେ ମୁଁ ସଲମାନଙ୍କ ସହ କାର୍ଯ୍ୟ କରିବାକୁ ଚାହେଁ ନାହିଁ। ମାତ୍ର ବାସ୍ତବରେ ସେପରି ନୁହେଁ। ଆମେ ଏବେ ବି କେବେ ଭେଟ ହୋଇଗଲେ ସେ ଏପରି ପ୍ରତିକ୍ରିୟା ଦିଅନ୍ତି ଯେପରି ମୁଁ କେହି ନୁହେଁ। ର୍ମୁ ଜାଣିପାରେନା ତାଙ୍କ ମସ୍ତିଷ୍କରେ ମୋ ପାଇଁ କ’ଣ ଅଛି।’