ନୂଆଦିଲ୍ଲୀ : ଫିଲ୍ମ ଓ ଟେଲି ସୋ’ କାମରେ ହଲିଉଡରେ ବ୍ୟସ୍ତ ଥିବା ପ୍ରିୟଙ୍କା ଚୋପ୍ରା ଏହି ବର୍ଷ ବଲିଉଡକୁ ଫେରୁଛନ୍ତି । ବଡ଼ ବଜେଟ ଚଳଚ୍ଚିତ୍ର ‘ଭାରତ’ରେ ପ୍ରିୟଙ୍କା ଦବଙ୍ଗ ଖାନ ସଲମାନଙ୍କ ବିପକ୍ଷରେ ନଜର ଆସିବେ । ତେବେ ଏ ନେଇ ପ୍ରିୟଙ୍କା ତାଙ୍କର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ମଧ୍ୟ ଫଟୋ ସେୟାର କରିଥିଲେ । ସଲମାନ ଏବଂ ପ୍ରିୟଙ୍କାଙ୍କୁ ‘ଭାରତ’ରେ ପ୍ରାୟ ୧୦ ବର୍ଷ ପରେ ଏକା ସାଙ୍ଗରେ ଦେଖିବାକୁ ମିଳିବ।
Sambad is now on WhatsApp
Join and get latest news updates delivered to you via WhatsApp
ଟେଲି ସୋ’ ‘କ୍ୱାଣ୍ଟିକୋ’ର ସୁଟିଂରେ କରୁଥିବା ସମୟରେ‘ଭାରତ’ର ନିର୍ଦ୍ଦେଶକ ଅଲ୍ଲୀ ଅବାସ ଜାଫରଙ୍କ ସହ ପ୍ରିୟଙ୍କାଙ୍କର ଏକ ଇଣ୍ଟରନ୍ୟାସନାଲ ସୋ’ରେ ଦେଖା ହୋଇଥିଲା । ଏହି ସମୟରେ ଅଲ୍ଲୀ ତାଙ୍କୁ ଅଭିନୟ ପାଇଁ ଅଫର ଦେଇଥିଲେ ବୋଲି ମିଡ଼ିଆ ସୂତ୍ରରୁ ଜଣାପଡ଼ିଛି । ଏହା ପୂର୍ବରୁ ସଲମାନ ଏବଂ ପ୍ରିୟଙ୍କାଙ୍କୁ ଏକା ସାଙ୍ଗରେ ‘ମୁଝସେ ସାଦି କରୋଗୀ’ , ‘ସଲାମେ ଇସ୍କ’ ଏବଂ ‘ଗଡ୍ ତୁସି ଗ୍ରେଟ ହୋ’ ଚଳଚ୍ଚିତ୍ରରେ ଦେଖାଯାଇଛି । ତେବେ ଏତେ ଦିନର ବ୍ୟବଧାନ ପରେ ଦୁହିଁଙ୍କ ଯୋଡ଼ିକୁ ବଡ଼ ପରଦାରେ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ଉତ୍ସୁକତା ରହିଛି।