ଭାଇରାଲ୍‌ ହେଲା ସିଦ୍ଧାନ୍ତ ସୂର୍ଯ୍ୟବଂଶୀଙ୍କ ଶେଷ ଇନ୍‌ଷ୍ଟା ପୋଷ୍ଟ୍‌; ସେ କହିଥିଲେ ତାଙ୍କର ୩ଟି ପ୍ରିୟ ଜିନିଷ ବିଷୟରେ

ମୁମ୍ବାଇ: ଜିମରେ ବ୍ୟାୟାମ କରୁଥିବାବେଳେ ହେଲା ହୃଦଘାତ ଓ ସେଥିରେ ଚାଲିଯାଇଛି ଅଭିନେତା ସିଦ୍ଧାନ୍ତ ସୂର୍ଯ୍ୟବଂଶୀଙ୍କର ଜୀବନ। ତାଙ୍କ ମୃତ୍ୟୁ ପରେ ତାଙ୍କ ଶେଷ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ୍‌ ଏବେ ଭାଇରାଲ୍‌ ହେବାରେ ଲାଗିଛି। ସେହି ପୋଷ୍ଟ୍‌ରେ ସେ ରୋଗ ପ୍ରତିରୋଧକ ଶକ୍ତି ଓ ପୋଷଣକୁ ଗୁରୁତ୍ବ ଦେଉଥିବାର ଦେଖିବାକୁ ମିଳିଛନ୍ତି।

ସିଦ୍ଧାନ୍ତ ସୂର୍ଯ୍ୟବଂଶୀ ପ୍ରାୟ ୫ ସପ୍ତାହ ତଳେ ନିଜର ଶେଷ ଇନ୍‌ଷ୍ଟା ପୋଷ୍ଟ୍‌ ସେୟାର କରିଥିଲେ। ସେ ପୋଷ୍ଟ୍‌ କରିଥିବା ଫଟୋରେ ନିଜେ ଏକ ଲାପ୍‌ଟପ୍‌ ସାମ୍ନାରେ ବସିଥିବା ବେଳେ ସାମ୍ନା‌ରେ ୨ଟି ପ୍ୟାକେଟ୍‌ ଥୋଇଥିବାର ନଜର ଆସିଛନ୍ତି। ତାପରେ ଅନ୍ୟ ଏକ ଡବା ବି ଥୁଆ ହୋଇଥିବାର ଦେଖିବାକୁ ମିଳିଛି।

ସେ ଫଟୋଟିକୁ ସେୟାର୍‌ କରି ଲେଖିଛନ୍ତି, ‘ମୋର ୩ଟି ବିଶେଷ ଆବଶ୍ୟକୀୟ ସାମଗ୍ରୀ। ମୁଁ ଘରେ କି ଅଫିସ୍‌ରେ ଯୋଉଠି ବି ରୁହେଁ, ଏହି ୩ଟି ଜିନିଷ ସର୍ବଦା ମୋ ପାଖରେ ଥାଏ।’

 

ଉଲ୍ଲେଖଯୋଗ୍ୟ, ସିଦ୍ଧାନ୍ତ ସୂର୍ଯ୍ୟବଂଶୀଙ୍କୁ ମୃତ୍ୟୁବେଳକୁ, ତାଙ୍କୁ ୪୬ ବର୍ଷ ହୋଇଥିଲା। ଜିମରେ ବ୍ୟାୟାମ କରୁଥିବା ସମୟରେ ସେ ହଠାତ୍ ପଡିଯାଇଥିଲେ । ଆଉ ଅଭିନେତାଙ୍କୁ ଡାକ୍ତରଖାନାରେ ତୁରନ୍ତ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

ସିଦ୍ଧାନ୍ତ ସୂର୍ଯ୍ୟବଂଶୀ ଟିଭିର ଜଣେ ଲୋକପ୍ରିୟ ଅଭିନେତା ହୋଇଥିବାବେଳେ ଏବେ ତାଙ୍କୁ ‘ଦଙ୍ଗଲ ଚ୍ୟାନେଲ’ର ସୋ’ କଣ୍ଟ୍ରୋଲ ରୁମ’ରେ ଦେଖିବାକୁ ମିଳୁଥିଲା। ଏହାପୂର୍ବରୁ ଅଭିନେତା ଅନେକ ହିଟ୍ ସୋ’ରେ କାମ କରିଥିଲେ।

‘କୁସୁମ୍’, ‘ରିସ୍ତୋ ମେଁ କଟ୍ଟି ବଟ୍ଟି’, ‘ମମତା’, ‘ଜିଦ୍ଦି ଦିଲ୍’ ଭଳି ଅନେକ ଶୋ’ରେ ସିଦ୍ଧାନ୍ତ ନଜର ଆସିଥିଲେ। ସିଦ୍ଧାନ୍ତ ସୂର୍ଯ୍ୟବଂଶୀ ‘ସୁଫିଆନା ଇଶ୍କ୍ ମେରା’ ଭଳି ଟେଲି ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ।

ସମ୍ବନ୍ଧିତ ଖବର