ବିବାହକୁ ୧୬ବର୍ଷ ପୂରିବା ଅବସରରେ ସ୍ୱାମୀ ଗୋଲ୍ଡି ବହଲଙ୍କ ସହ କିଛି ଫଟୋ ସେୟାର କରି ଏପରି ଭାବପୂର୍ଣ୍ଣ କଥା ଲେଖିଲେ ସୋନାଲୀ ବେନ୍ଦ୍ରେ

ମୁମ୍ବାଇ : ନ୍ୟୁୟର୍କରେ ନିଜ କର୍କଟ ରୋଗର ଚିକିତ୍ସା କରୁଥିବା ବଲିଉଡ୍‌ ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେ ଏବେ ନିଜ ଇନ୍‌ଷ୍ଟା ପୋଷ୍ଟକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଗୋଲ୍ଡି ବହଲଙ୍କ ସହ ତାଙ୍କ ବିବାହକୁ ୧୬ବର୍ଷ ପୂର୍ତ୍ତି ଅବସରରେ ସେ ଗୋଲ୍ଡିଙ୍କ ସହ କିଛି ଫଟୋ ସେୟାର କରି ଭାବପୂର୍ଣ୍ଣ କଥା ଲେଖିଛନ୍ତି ।

ସେ ଲେଖିଛନ୍ତି, ‘ଯେତେବେଳେ ମୁଁ ଏହାକୁ ଲେଖିବା ଆରମ୍ଭ କଲି । ସେତେବେଳେ ଜାଣିଥିଲି ମୋ ମନରେ ଚାଲୁଥିବା ସବୁ କଥା ମୁଁ ଲେଖି ପାରି ନାହିଁ । କର୍କଟ ଏକ ଏମିତି ରୋଗ ଯାହା ରୋଗୀ ସହ ରୋଗୀର ପୂରା ପରିବାର ଲଢ଼ିଥାଏ । ମୁଁ ଏହି ରୋଗ ସହ ଲଢ଼ିବା ପାଇଁ ସକ୍ଷମ ହେଲି । କରଣ ମୁଁ ଜାଣିଥିଲି ତୁମେ ସବୁ ସମ୍ଭାଳି ନେବ । ସବୁ ସମୟରେ ମୋ ସହ ଛିଡ଼ା ହେବା ଏବଂ ମୋତେ ଲଢ଼ିବାର ସାହାସ ଦେବା ପାଇଁ ଧନ୍ୟବାଦ । ମୁଁ ଜାଣିଛି ଏବେ ମୁଁ ଯାହା ବି ଅନୁଭବ କରୁଛି,ସେଥିପାଇଁ ଧନ୍ୟବାଦ୍‌ ଏକ ଛୋଟ ଶବ୍ଦ । ତୁମେ ମୋ ପାଇଁ ଯାହା କରିଛ ଏବଂ ସବୁ ଜିନିଷ ଯେଉଁଭଳି ଭାବରେ ସମ୍ଭାଳିଛ ତାହା କରିବା ବହୁତ କଷ୍ଟ । ହାପି ଆନିଭର୍ସରି ଗୋଲ୍‌ଡ଼ି।’

YouTube

ସୋନାଲୀଙ୍କ ଏହି ପୋଷ୍ଟ ପରେ ତାଙ୍କ ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ସହ ଶୀଘ୍ର ସୁସ୍ଥ ହେବାର କାମନା କରିଥିବା ଦେଖାଯାଇଛି ।

ସମ୍ବନ୍ଧିତ ଖବର