‌ଡେଙ୍ଗୁର ଶିକାର ହେଲେ ଅଭିନେତା ସୁଶାନ୍ତ ସିଂହ ରାଜପୁତ୍, ବାତିଲ କଲେ ସମସ୍ତ ସୁଟିଂ

ମୁମ୍ବାଇ: କିଛି ଦିନ ତଳେ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଫିଲ୍ମ ଡ୍ରାଇଭ୍ ରିଲିଜ୍ ହୋଇଥିଲା। ଏଥିରେ ତାଙ୍କ ସହ ଅଭିନେତ୍ରୀ ଜାକଲିନ୍ ଫର୍ଣ୍ଣାଡିଜ୍ ନଜର ଆସିଥିବା ବେଳେ ଫିଲ୍ମଟି ସେତେଟା ଭଲ ପ୍ରଦର୍ଶନ କରି ପାରିନଥିଲା। ତେବେ ଡ୍ରାଇଭ୍ ପରେ ସୁଶାନ୍ତ ନିଜ ଆଗାମୀ ପ୍ରୋଜେକ୍ଟ ପାଇଁ କାମ ଆରମ୍ଭ କରିଥିବା ବେଳେ ଏବେ ସେ ଡେଙ୍ଗୁର ଶିକାର ହୋଇଥିବା ଜଣା ପଡ଼ିଛି।

Image result for sushant-singh-rajput
WikiBio

ହଠାତ୍ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଯାହା ପରେ ତାଙ୍କୁ ଡେଙ୍ଗୁ ହୋଇଥିବା ନେଇ ପରୀକ୍ଷାରୁ ଜଣା ପଡ଼ିଥିଲା। ଏବେ ସେ ନିଜର ସମସ୍ତ କାମକୁ ବାତିଲ କରିଥିବା ଜଣା ପଡ଼ିଛି। ଆବୁ ଧାବିରେ ତାଙ୍କୁ ଏକ ଇଭେଣ୍ଟରେ ଯୋଗ ଦେବାକୁ ଥିବା ବେଳେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ, ସେ ଏବେ ଇଭେଣ୍ଟରେ ଯୋଗ ଦେଇ ପାରିବେ ନାହିଁ। ତେବେ ସୁଶାନ୍ତଙ୍କ ପୂର୍ବରୁ ଅଭିନେତ୍ରୀ ଶ୍ରଦ୍ଧା କପୁର, ଅଭିନେତା ଧର୍ମେନ୍ଦ୍ର ଓ ଧାରାବାହିକ ଅଭିନେତା ମୋହସିନ୍ ଖାନଙ୍କୁ ମଧ୍ୟ  ଡେଙ୍ଗୁ ହୋଇ ସାରିଛି।

ସମ୍ବନ୍ଧିତ ଖବର