ଏହା ପ୍ରେମ ହୋଇପାରେ; ଯୁବକଙ୍କ ସହ ଫଟୋ ପୋଷ୍ଟ କରି ଏଭଳି ଲେଖିଲେ ସ୍ବରା

ମୁମ୍ବାଇ: ଚର୍ଚ୍ଚା‌ରେ ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର। ନିଜର କୌଣସି ଫିଲ୍ମକୁ ନେଇ ନୁହେଁ ବରଂ ନିଜର ‌ଇନଷ୍ଟାଗ୍ରାମ ପୋଷ୍ଟକୁ ନେଇ। ସେ ନିଜ ଇନଷ୍ଟା ଆକାଉଣ୍ଟରେ ଜଣେ ଯୁବକଙ୍କ ସହ ଫଟୋ ସେୟାର କରି ଲୋକଙ୍କୁ ଭାବିବାକୁ ବାଧ୍ୟ କରିଦେଇଛନ୍ତି। ତାଙ୍କର ଏହି ସୋସିଆଲ ମିଡିଆ ପୋଷ୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ଫଟୋ ପୋଷ୍ଟ ହେବା ପରେ ସ୍ବରା ଭାସ୍କର ଏବେ ପ୍ରେମରେ ପଡ଼ିଥିବା ଲୋକେ କହିବା ଆରମ୍ଭ କରିଛନ୍ତି।

ସ୍ବରା ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଜଣେ ରହସ୍ୟମୟ ବ୍ୟକ୍ତିଙ୍କ ସହ ଏକ ଫଟୋ ଛାଡିଛନ୍ତି। ଦୁହେଁ ପରସ୍ପର ଆଡକୁ ଦେଖୁଥିବା ବେଳେ ସ୍ବରାଙ୍କ ପଛପଟୁ ଫଟୋ ଉଠାଯାଇଥିବା ଦେଖାଯାଇଛି। ବ୍ୟକ୍ତିଙ୍କ ମୁହଁ ସ୍ବରାଙ୍କ କେଶ ପାଇଁ ଦେଖାଯାଉନାହିଁ। ଏହି ଫଟୋ ପୋଷ୍ଟ କରି ସ୍ବରା ଲେଖିଛନ୍ତି, ‘ଏହା ପ୍ରେମ ହୋଇପାରେ’।

 

View this post on Instagram

 

A post shared by Swara Bhasker (@reallyswara)

ଏହାପୂର୍ବରୁ ସ୍ୱରା ଭାସ୍କର ଲେଖକ ହିମାଂଶୁ ଶର୍ମାଙ୍କ ସହ ପ୍ରେମ ସମ୍ପର୍କରେ ଥିବା ଶୁଣିବାକୁ ମିଳିଥିଲା। ଖବର ଅନୁଯାୟୀ ଦୁହେଁ ‘ରାଞ୍ଝଣା’ର ସେଟରେ ଦେଖା ହୋଇ ପରସ୍ପରକୁ ଡେଟ୍ କରିବା ଆରମ୍ଭ କରିଥିଲେ। ହେଲେ ପରେ ସେମାନେ ୨୦୧୯ରେ ବ୍ରେକ୍ଅପ କରିଥିବା ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର