ମାଆଙ୍କ କୋଳରେ ଦିଶୁଥିବା ଏହି କୁନି ଝିଅ ‌ଏବେ ଜଣେ ଲୋକପ୍ରିୟ ଅଭିନେତ୍ରୀ; କହିଲେ ସେ କିଏ?

ନୂଆଦିଲ୍ଲୀ: ପୂର୍ବରୁ ଆମେ ଅନେକ ବଲିଉଡ୍‌ ସେଲିବ୍ରେଟିମାନଙ୍କର ପିଲାଦିନର ଫଟୋ ଦେଖି‌ଛେ। ସେମାନଙ୍କ ମଧ୍ୟରୁ କେତେ ଜଣଙ୍କ ଚେହେରା ବଡ଼ ହେବା ପରେ ବି ବିଶେଷ ପରିବର୍ତ୍ତନ ହୋଇନଥାଏ। ଆଉ କିଛି ଜଣଙ୍କ ଚେହେରା ଆଦୌ ଚିହ୍ନି ହୁଏ ନାହିଁ। ନିକଟରେ କିଛି ମାସ ହେବ ସୋସିଆଲ୍‌ ମିଡିଆରେ ବହୁ ସେଲିବ୍ରେଟିଙ୍କ ଫଟୋ ଭାଇରାଲ୍‌ ହେଉଛି। ଆମେ ଆଜି ଜଣେ ସେଲିବ୍ରେଟିଙ୍କର ପିଲାଦିନ ଫଟୋ ଦେଖାଇଛୁ। ତାହାକୁ ଏବେ ଆପଣ ଚିହ୍ନନ୍ତୁ ଯେ ସେ କିଏ?

ଫଟୋରେ ଆପଣ ଦେଖି ପାରୁଥିବେ ଯେ ଜଣେ କୁନି ଝିଅ ତାଙ୍କ ମାଆଙ୍କ କୋଳରେ କାଖ ହୋଇଛନ୍ତି। ସେ ଆଜି ଜଣେ ଜଣାଣୁଣା ଅଭିନେତ୍ରୀ। ଜାଣି ପାରୁଛନ୍ତି କି ସେ କିଏ? ଆପଣଙ୍କୁ ସହଜ ହେବ ବୋଲି କହି ଦେଉଛୁ ଯେ ସେ ହେଉଛନ୍ତି ଗୋଟିଏ ରାଜ୍ୟର ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ବୋହୂ। ଜାଣିପାର‌ିଲେ କି ଆମେ କେଉଁ ଅଭିନେତ୍ରୀଙ୍କ ବିଷୟରେ କହୁଛୁ?

 

 

View this post on Instagram

 

A post shared by Genelia Deshmukh (@geneliad)

ଆମେ କହୁଛୁ ଅଭିନେତ୍ରୀ ଜେନେଲିଆ ଡି ସୌଜାଙ୍କ ବିଷୟରେ। ଅଭିନେତ୍ରୀ ଜଣକ ନିଜ ଅଭିନୟ ସାଥେ ସାଥେ ନିଜର ବୈବାହିକ ଜୀବନକୁ ବି ବେଶ୍‌ ପ୍ରାଧାନ୍ୟ ଦେଉଥିବାର ଆପଣ ଜାଣିଛନ୍ତି ନିଶ୍ଚୟ। ଜେନେଲିଆ ୧୯୮୭ ମସିହା ଅଗଷ୍ଟ ୫ ତାରିଖରେ ଜନ୍ମଲାଭ କରିଥିଲେ। ସେ ଅନେକ ହିନ୍ଦୀ, ତେଲୁଗୁ, ତାମିଲ କନ୍ନଡ ଓ ମାଲାୟଲମ୍‌ ଫିଲ୍ମରେ ନଜର ଆସିଛନ୍ତି। ସେ ୨୦୦୩ ମସିହାରେ ‘ତୁଝେ ମେରି କସମ’ ଜରିଆରେ ନିଜର ଫିଲ୍ମ କ୍ୟାରିୟର୍‌ ଆରମ୍ଭ କରିଥିଲେ।

ସମ୍ବନ୍ଧିତ ଖବର