‘ସୋନମ ମୋ ଝିଅ, ତା ବିବାହକୁ ନେଇ ମୋର ଉତ୍ସୁକତା ରହିଛି’: ଏମିତି ମାଆଙ୍କୁ ସୋନମଙ୍କ ଅସମ୍ମାନ! ଟୁଇଟର୍‌ରେ କମ୍ପିଲେ ଶ୍ରୀଦେବୀଙ୍କ ଫ୍ୟାନ୍‌

ମୁମ୍ବାଇ: ମଙ୍ଗଳବାର ମୁମ୍ବାଇଠାରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅଭିନେତ୍ରୀ ସୋନମ କପୁର୍‌। ସୋନମ ତାଙ୍କର ଦୀର୍ଘ ଦିନର ପ୍ରେମିକ ବ୍ୟବସାୟୀ ଆନନ୍ଦ ଆହୁଜାଙ୍କୁ ବିବାହ କରିଛନ୍ତି। ଜୁହୁଠାରେ ଥିବା ନିଜ ମାଉସୀଙ୍କ ବାସଭବନରେ ବଡ଼ ଧୁମ୍‌ଧାମରେ ପାଳନ ହୋଇଯାଇଛି ସୋନମଙ୍କ ବିବାହ ଉତ୍ସବ। ଏହି ଉତ୍ସବରେ ବହୁ ନାମୀଦାମୀ ବଲିଉଡ୍‌ କଳାକାର ସାମିଲ୍‌ ହୋଇଛନ୍ତି। ସୋନମଙ୍କ ବିବାହ ପାଇଁ ସ୍ୱତନ୍ତ୍ର ବେଶରେ ନଜର ଆସିଥିଲେ ପିତା ଅନୀଲ କପୁର୍‌।

ମାତ୍ର ଦୁଃଖର କଥା ହେଉଛି ସୋନମଙ୍କ ବିବାହ ଉତ୍ସବବୁ ନେଇ ଖୁସି ନାହାନ୍ତି ପ୍ରଶଂସକ। କେତେକ ପ୍ରଶଂସକ ତାଙ୍କୁ ନିନ୍ଦା ମଧ୍ୟ କରିଛନ୍ତି। କିଛି ଦିନ ତଳେ ବିଖ୍ୟାତ ଅଭିନେତ୍ରୀ ତଥା ସୋନମଙ୍କ ନିଜ ବଡ଼ମାଆ ଶ୍ରୀଦେବୀଙ୍କ ଦେହାନ୍ତ କଥା ଲୋକେ ଭୁଲିପାରିନାହାନ୍ତି। ନିଜ ବଡ଼ବାପାଙ୍କ ପତ୍ନୀ ତଥା ଘରର ବଡ଼ ବୋହୂ ଶ୍ରୀଦେବୀଙ୍କ ମୃତ୍ୟୁକୁ ମାତ୍ର ୧୦ ସପ୍ତାହଟେ ନ ବିତିଥିଲେ ବି ସୋନମ ଏଭଳି ଧୁମ୍‌ଧାମ୍‌ରେ ବିବାହ କରି ନିନ୍ଦାର ପାତ୍ରୀ ପାଲଟିଛନ୍ତି।

ଏହାକୁ ନେଇ ଟୁଇଟର୍‌ରେ ଦେଖିବାକୁ ମିଳିଛି ଝଡ଼। ସୋନମଙ୍କୁ ତାତ୍ସଲ୍ୟକରି ଟୁଇଟ୍‌ କରିଛନ୍ତି ଶ୍ରୀଦେବୀଙ୍କ ପ୍ରଶଂସକ। ନିଜ ପରିବାର କାହାରି ମୃତ୍ୟୁ ଘଟିଲେ ଅନ୍ତତଃ ବର୍ଷେ ପର୍ଯ୍ୟନ୍ତ କୌଣସି ଶୁଭକାର୍ଯ୍ୟ ହୁଏ ନାହିଁ ବୋଲି କ’ଣ ସୋନମଙ୍କୁ ଜଣାନାହିଁ କହି ପ୍ରଶ୍ନ ଉଠାଇଛନ୍ତି ପ୍ରଶଂସକ। ବଞ୍ଚିଥିବା ବେଳେ ଶ୍ରୀଦେବୀ ସୋନମଙ୍କୁ ନେଇ ସକାରାତ୍ମକ କଥା କହୁଥିଲେ। ସୋନମ ମୋ ଝିଅ। ତା’ ବାହାଘର ନେଇ ମୋର ଉତ୍ସୁକତା ରହିଛି ବୋଲି ଶ୍ରୀଦେବୀଙ୍କ ମୁହଁରୁ ଶୁଣିବାକୁ ମିଳିଥିଲା। ମାତ୍ର ଏତେ ସବୁ ପରେ ବି ସାମାନ୍ୟତମ ସମ୍ମାନ ଜଣାଇ ସୋନମ ନିଜ ବିବାହ ତାରିଖକୁ ଘଞ୍ଚାଇ ଦେବାରି ହିଁ ଭଦ୍ରାମୀ ଥାଆନ୍ତା ବୋଲି ଲୋକେ ଟୁଇଟ୍‌ କରିଛନ୍ତି।

ଏହାକୁ ନେଇ ବହୁ ବିବାଦୀୟ ମନ୍ତବ୍ୟ ଦେଖିବାକୁ ମିଳିଛି। ସୋନମ ଏତେ ତରତରରେ କାହିଁକି ବିବାହ କରିଛନ୍ତି ବୋଲି କେହି କେହି ସୋନମଙ୍କୁ ସନ୍ଦେହ କରୁଥିବା ବେଳେ ଧନୀ ଘର ପୁଅକୁ ନହରାଇବାକୁ ଯାଇ ସୋନମ ଏପରି କରିଛନ୍ତି ବୋଲି କେହି କେହି ନିନ୍ଦା କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ କିଛି ମସେ ତଳେ ଦୁବାଇରେ ଜଣେ ସଂପର୍କୀୟଙ୍କ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିବା ବେଳେ ଶ୍ରୀଦେବୀଙ୍କ ମୃତ୍ୟୁ ଘଟିଥିଲା। ବାଥ୍‌ ଟବ୍‌ରେ ପଡ଼ିଯିବା ପରେ ପାଣିରେ ଅଣନିଶ୍ୱାସୀ ହୋଇ ଶ୍ରୀଦେବୀ ମୃତ୍ୟୁବରଣ କରିଥିଲେ ବୋଲି ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର