ଏହି ଦୁଇ ନାୟିକାଙ୍କର ଅଣ୍ଡର ଓ୍ଵାର୍ଲଡ଼ ଡନ୍‌ ସହ ଥିଲା ଗଭୀର ସଂପର୍କ !

ମୁମ୍ବାଇ: ଏଭଳି ସମୟ ବି ଥିଲା ,ଯେତେବେଳେ ଅଣ୍ଡର ଓ୍ଵାର୍ଲଡ଼ ଡନ୍‌ ଓ ବଲିଉଡ଼ ମଧ୍ୟରେ ଥିଲା କ୍ଷୀର-ନୀର ସଂପର୍କ। ସେତେବେଳେ ଅଣ୍ଡର ଓ୍ଵାର୍ଲଡ଼ର ପଇସାରେ ସିନେମା ତିଆରି ହେଉଥିଲା । ଆଉ କେତେକ ନାୟିକାଙ୍କ ସହ ଡନ୍‌ ପ୍ରେମ ସଂପର୍କ ରଖୁଥିବା ଚର୍ଚ୍ଚା ବି ହୋଇଥିଲା।
ସୋ’ ମ୍ୟାନ୍‌ ରାଜ କପୁରଙ୍କ ସୁପରହିଟ୍‌ ଫିଲ୍ମ ‘ରାମ ତେରି ଗଙ୍ଗା ମୈଲି’ଜରିଆରେ ପରଦାକୁ ଆସିଥିଲେ ମନ୍ଦାକିନୀ। ତାଙ୍କର ଅଣ୍ଡରଓ୍ଵାର୍ଲଡ଼ ଡ଼ନ୍‌ ଦାଉଦ୍‌ ଇବ୍ରାହିମ୍‌ଙ୍କ ସହିତ ସଂପର୍କକୁ ନେଇ ଚର୍ଚ୍ଚା ହୋଇଥିଲା।


ଅଣ୍ଡର ଓ୍ଵାର୍ଲର୍ଡ଼ ଡ଼ନ୍‌ ଦାଉଦ୍‌ ଇବ୍ରାହିମ୍‌ର କେବଳ ମନ୍ଦାକିନୀଙ୍କ ସହିତ ପ୍ରେମ ସଂପର୍କ ଥିବା କହିବା ଭୁଲ୍‌ ହେବ। ତାଙ୍କର ଆଉ ଜଣେ ଆକ୍‌ଟ୍ରେସଙ୍କ ସହିତ ମଧ୍ୟ ଆଫେଆର୍‌ ଥିଲା ବୋଲି କୁହାଯାଏ।ଏହି ନାୟିକା ଜଣକ ହେଲେ ଅନୀତା ଅୟୁବ୍‌। କୁହାଯାଏ ଯେ, ଅନୀତା ଅୟୁବ୍‌ଙ୍କୁ ଫିଲ୍ମରେ ନାୟିକା ଭୂମିକା ଦେବାକୁ ଦାଉଦ୍‌ ମଧ୍ୟ ନିର୍ଦ୍ଦେଶକ ଓ ନିର୍ମାତାମାନଙ୍କୁ ମଧ୍ୟ ଧମକ ଦେଉଥିଲେ । ଆହୁରି ମଧ୍ୟ ଶୁଣିବାକୁ ମିଳିଥୁଲା ଯେ, ଅନୀତା ଜାଭେଦ୍‌ ସିଦ୍ଦିକୀଙ୍କୁ ଦାଉଦ୍‌ ଫୋନ୍‌ରେ ଧମକ ଦେବା ପରେ ବି ସେ ଅନୀତାଙ୍କୁ ନେଇ ନ ଥିଲେ ଫିଲ୍ମରେ। ଏହାପରେ ଜାଭେଦ୍‌ଙ୍କ ହତ୍ୟା କରାଯାଇଥଲା ବୋଲି କୁହାଯାଏ।

ସମ୍ବନ୍ଧିତ ଖବର