ଉଡ଼ାଣ ରଦ୍ଦ ହେବାରୁ ରାଗରେ ସାଥୀରେ ନେଇ ଯାଉଥିବା ଲଗେଜ୍‌କୁ ବିମାନବନ୍ଦରରେ ଜାଳି ଦେଲେ ପାକିସ୍ତାନୀ ଯୁବକ,ତା’ପରେ…..

ଇସ୍‌ଲାମବାଦ : ଅନେକ ସମୟରେ ପାଗ ଖରାପ ବା ବିମାନର ଯାନ୍ତ୍ରିକ ତ୍ରୁଟି ହେତୁ ଉଡ଼ାଣ ରଦ୍ଦ କରାଯାଇଥାଏ । ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିମାନ କମ୍ପାନୀ ତରଫରୁ ଏଭଳି ପଦକ୍ଷେପ ନିଆଯାଉଥିଲେ ମଧ୍ୟ ରଦ୍ଦ ହେବାକୁ ନେଇ ଯାତ୍ରୀମାନଙ୍କ ମଧ୍ୟରେ ଅନେକ ସମୟରେ ବିଶୃଙ୍ଖଳା ଦେଖାଯାଇଥାଏ । କିନ୍ତୁ ଉଡ଼ାଣ ରଦ୍ଦ ହେବା ପରେ ପାକିସ୍ତାନର ଜଣେ ଯାତ୍ରୀ ଯାହା କରିଥିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ସୂଚନା ମୁତାବକ,ଇସ୍‌ଲାମ୍‌ବାଦ୍‌ ଅର୍ନ୍ତଜାତୀୟ ବିମାନ ବନ୍ଦରରୁ ଗିଲଗିଟ୍‌ ଯାଉଥିବା ଏକ ବିମାନର ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ବିମାନ ଉଡ଼ାଣରେ ବିଳମ୍ବ ହୋଇଥିଲା । କିଛି ଘଣ୍ଟା ବିଳମ୍ବ ହେବା ପରେ ପାଗ ଖରାପ ହେତୁ ବିମାନ ଉଡ଼ାଣକୁ ରଦ୍ଦ କରି ଦିଆଯାଇଥିଲା । ଏତେ ସମୟ ଅପେକ୍ଷା କରି ରଦ୍ଦ ହେବା ଖବର ଶୁଣିବା ପରେ ରାଗରେ ଯୁବକଜଣଙ୍କ ସାଥୀରେ ନେଇ ଯାଉଥିବା ଲଗେଜ୍‌ରେ ନିଆଁ ଲଗାଇ ଦେଇଥିଲେ । ଯାତ୍ରୀଙ୍କ ଏଭଳି କାମ ଦେଖି ତୁରନ୍ତ ଅଗ୍ନିଶମ ବିଭାଗର କର୍ମଚାରୀ ଯାଇ ନିଆଁକୁ ଆୟତ୍ତ କରିଥିଲେ ।

ସମ୍ବନ୍ଧିତ ଖବର