ପରିବାରର ୫ ସଦସ୍ୟଙ୍କୁ ତଣ୍ଟିଚିପି ହତ୍ୟା

ମୁଙ୍ଗେର: ବିହାରର ମୁଙ୍ଗେର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ କାଗଜ ଖଣ୍ଡେ ପାଇଁ ଜଣେ ବ୍ୟକ୍ତି ଜନ୍ମ ଦେଇଥିବା ମା’, ପତ୍ନୀ ଏବଂ ତିନି ଝିଅଙ୍କ ତଣ୍ଟିଚିପି ହତ୍ୟା କରିଛି । ଏହି ଘଟଣା ଘଟାଇବା ପରେ ଅଭିଯୁକ୍ତ ନିଜେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲା କିନ୍ତୁ ଏଥିରେ ସେ ସଫଳ ହୋଇନଥିଲା। ଠିକ୍ ସମୟରେ ପୁଲିସ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଛି। ଖଡ଼ଗପୁରର କହ୍ନେୟା ଟୋଲା ଅଞ୍ଚଳରେ ଅଭିଯୁକ୍ତ ଭରତ କୁମାର କେଶରୀ ନିଜ ପରିବାର ସହ ରହୁଥିଲା। ସେ ଏକ ଘଣ୍ଟା ଦୋକାନରେ କାମ କରୁଥିବା ବେଳେ ଦୋକାନର ଏଗ୍ରିମେଣ୍ଟ ପେପର୍‌ ହଜି ଯିବାରୁ କ୍ରୋଧରେ ପରିବାରର ୫ ଜଣ ସଦସ୍ୟଙ୍କୁ ତଣ୍ଟିଚିପି ହତ୍ୟା କରିଥିଲା। ଗୁରୁବାର ବିଳମ୍ବିତ ରାତିରେ ମା’ ସାବିତ୍ରୀ, ପତ୍ନୀ ଆଶା ଦେବୀ, ଝିଅ ଶିବାନୀ, ସିମ୍‌ରନ ଓ ସୋନମଙ୍କ ତଣ୍ଟିଚିପି ଭରତ ହତ୍ୟା କରିଥିଲା। ସମସ୍ତ ସଦସ୍ୟଙ୍କୁ ହତ୍ୟା କରି ଭରତ ୪୦ ଫୁଟ ଉଚ୍ଚ ଛାତ ଉପରୁ କୁଦି ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିଥିଲା। ଭରତକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର