ବାଚସ୍ପତିଙ୍କ କକ୍ଷରେ ମୋଦୀ, ସୋନିଆ

ନୂଆଦିଲ୍ଲୀ : ଆଜି ସକାଳେ ସଂସଦର ମୌସୁମୀ ଅଧିବେଶନ ୨ ଦିନ ଆଗରୁ ଶେଷ ହୋଇଛି। ଅଧିବେଶନ ଶେଷ ହେବାପରେ ବାଚସ୍ପତି ଓମ୍‌ ବିର୍ଲା ବିଭିନ୍ନ ଦଳର ନେତାମାନଙ୍କୁ ତାଙ୍କ କକ୍ଷରେ ଭେଟିଛନ୍ତି। ‌ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ମଧ୍ୟ ଆଜି ବାଚସ୍ପତିଙ୍କ କକ୍ଷରେ ଉପସ୍ଥିତ ଥିଲେ। ବୈଠକରେ ମୋଦୀ ଗୋଟିଏ ସୋଫାରେ ବସିଥିବାବେଳେ ସୋନିଆ ପାଖ ସୋଫାରେ ବସିଥିଲେ। ଗୃହ ମନ୍ତ୍ରୀ ଅମିତ ଶାହ, କଂଗ୍ରେସର ଲୋକସଭା ଦଳ ନେତା ଅଧୀର ରଂଜନ ଚୌଧୁରୀ ଏବଂ ଟିଏମ୍‌ସି , ଅକାଳୀ ଦଳ, ୱାଇଏସ୍‌ଆର କଂଗ୍ରେସ ଏବଂ ବିଜେଡି ନେତାମାନେ ମଧ୍ୟ ଆଜି ବିର୍ଲାଙ୍କୁ ଭେଟିଛନ୍ତି। ଭବିଷ୍ୟତ‌ରେ ସମସ୍ତ ଦଳ ଗୃହ କାର୍ଯ୍ୟ ସୂଚାରୁରୂପେ ସମ୍ପାଦନ କରିବାପାଇଁ ସହଯୋଗ କରିବା ଆବଶ୍ୟକ ବୋଲି ବିର୍ଲା କହିଛନ୍ତି। ତେବେ ସଂସଦରେ ଏହି ଅଚଳାବସ୍ଥା ପାଇଁ ଉଭୟ ସରକାର ଏବଂ ବିରୋଧୀ ପରସ୍ପର ପରସ୍ପରକୁ ଦାୟୀ କରିଛନ୍ତି।

ସମ୍ବନ୍ଧିତ ଖବର