ନାବାଳିକାକୁ ଉଦ୍ଧାର କରିବାକୁ ଯାଇ କୂଅକୁ ଖସିପଡିଥିବା ୩୦ ଜଣଙ୍କ ମଧ୍ୟରୁ ୧୧ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ବିଦିଶା ଜିଲ୍ଲାରେ ଘଟିଥିବା କୂଅ ଦୁର୍ଘଟଣାରେ ଶେଷ ହୋଇଛି ଉଦ୍ଧାର କାର୍ଯ୍ୟ । ବର୍ତ୍ତମାନ ସୁଦ୍ଧା ୧୧ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗୁରୁବାର ରାତିରେ କୂଅକୁ ଖସିପଡିଥିବା ଏକ ୪ବର୍ଷୀୟ ଝିଅକୁ ଉଦ୍ଧାର କରିବାକୁ ଯାଇ ୨୫ରୁ ଅଧିକ ଲୋକେ କୂଅରେ ଖସିପଡିଥିଲେ । ପ୍ରଥମେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଉଦ୍ଧାର କାମ ଶେଷ ହେବା ପରେ ମୋଟ ୧୧ଜଣଙ୍କ ମୃତ ଦେହ କୂଅ ଭିତରୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ଗୁରୁବାର ରାତିରେ ଏକ ୪ ବର୍ଷୀୟ ଝିଅ କୂଅରେ ପଡିଯିବା ପରେ ତାକୁ ଉଦ୍ଧାର କରିବା ପାଇଁ ଆଖପାଖ ଅଞ୍ଚଳର ଅନେକ ଲୋକ କୂଅ ପାଖରେ ରୁଣ୍ଡ ହୋଇଥିଲେ । ହଠାତ ଏହି ସମୟରେ କୂଅର ମାଟି ଧସି ପଡ଼ିବାରୁ ୩୦ଜଣ ଲୋକ କୂଅ ଭିତରକୁ ପଡ଼ିଯାଇଥିଲେ । ଖବର ପାଇଁ ଘଟଣାସ୍ଥଳରେ ଏନଡିଆରଏଫ ଓ ଏସଡିଆରଏଫର ଟିମ ପହଁଚି ଆରମ୍ଭ କରିଥିଲା ଉଦ୍ଧାର କାମ । ପ୍ରଥମରେ ୫ଜଣଙ୍କ ମୃତଦେହ ମିଳିଥିବା ବେଳେ ଧୀରେ ଧୀରେ ମୃତ୍ୟୁ ସଂଖ୍ୟା ବଢିଥିଲା | ଏବେ ଉଦ୍ଧାର କାମ ଶେଷ ହୋଇଥିବା ବେଳେ ମୋଟ ୧୧ଜଣକ ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ସେହିପରି ୧୯ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି ।

11 Dead In Madhya Pradesh Well Tragedy, PM Says "Anguished"
NDTV.com

ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ସେପଟେ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଦୁଃଖ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ଲୋକଙ୍କୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଏବଂ ଆହତଙ୍କୁ ୫୦ହଜାର ଟଙ୍କାର ସହୟତା ପ୍ରଦାନ କରିବାକୁ ଘୋଷଣା କରିଥିଲେ । ମଧ୍ୟପ୍ରଦେଶର ଏହି ମୃତ୍ୟୁର କୁଅ ୧୧ଜଣଙ୍କର ଜୀବନ ନେଇଥିବା ବେଳେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ଖେଳି ଯାଇଛି ।

ସମ୍ବନ୍ଧିତ ଖବର