ଭାରତ ପାଇଁ ବିପଦ ଆଣିବେନି ତ ତାଲିବାନ ମୁକ୍ତ କରିଥିବା କେରଳର ୧୪ ଆତଙ୍କବାଦୀ

ନୂଆଦିଲ୍ଲୀ: ଆଫଗାନିସ୍ତାନର କାବୁଲ ବିମାନବନ୍ଦରରେ ବିସ୍ଫୋରଣ ପରେ ଏଭଳି ଏକ ସୂଚନା ସାମ୍ନାକୁ ଆସିଛି ଯାହାକି ଭାରତର ଚିନ୍ତାକୁ ବଢ଼ାଇଦେଇଛି | କାରଣ କାବୁଲକୁ ଦଖଲ କରିବା ପରେ ତାଲିବାନ ଆଫଗାନିସ୍ତାନର ବାଗରମ ଜେଲରେ ରହୁଥିବା କେରଳର ୧୪ ଜଣ ଆତଙ୍କବାଦୀଙ୍କୁ ମୁକ୍ତ କରିଥିଲେ | ଆଉ ଏହି ଆତଙ୍କବାଦୀମାନେ ଏବେ ଆତଙ୍କବାଦୀ ଗୋଷ୍ଠୀ ଇସଲାମିକ୍ ଷ୍ଟେଟ୍ ଅଫ୍ ଖୋରାସାନରେ ମିଶିଯାଇଛନ୍ତି |

ଜେଲରୁ ମୁକ୍ତ ହେବା ପରେ ଏହି ୧୪ ଜଣ ଆତଙ୍କବାଦୀ କାବୁଲରେ ହୋଇଥିବା ବିସ୍ଫୋରଣ ଘଟଣାରେ ସମ୍ପୃକ୍ତ ଥିବା କୁହାଯାଉଛି। ଏପରିକି ସେମାନେ ଅଗଷ୍ଟ ୨୬ ରେ କାବୁଲରେ ଥିବା ତୁର୍କମେନିସ୍ତାନ ଦୂତାବାସ ବାହାରେ ଏକ ବିସ୍ଫୋରଣ କରିବାକୁ ଚେଷ୍ଟା କରିଥିଲେ ବି ବିଫଳ ହୋଇଥିଲେ । ଇସଲାମିକ୍ ଷ୍ଟେଟ୍ ଖୋରାସାନ୍ (ଆଇଏସ୍-କେ)ରେ ସାମିଲ ହୋଇଥିବା ଏହି ୧୪ ଜଣ କେରଳର ହୋଇଥିବାବେଳେ ଦେଶ ପ୍ରତି ବିପଦ ଆଣିପାରନ୍ତି ବୋଲି କୁହାଯାଉଛି |

୨୦୧୪ ରେ ଇସଲାମିକ୍ ଷ୍ଟେଟ୍ ରେ ଯୋଗଦେବା ପାଇଁ କେରଳର ମାଲାପୁରମ୍, କାସାରାଗୋଡ୍ ଏବଂ କନ୍ନୁର ଜିଲ୍ଲାରେ ରହୁଥିବା ୧୪ ଜଣ ଭାରତରୁ ଫେରାର ହୋଇ ପଳାଇଥିଲେ | ରିପୋର୍ଟ ଅନୁଯାୟୀ, ଯେଭଳି ଏହି ଆତଙ୍କବାଦୀଙ୍କ ସହାୟତାରେ ଇସଲାମିକ୍ ଷ୍ଟେଟ୍ ଖୋରାସାନ୍ (ଆଇଏସ୍-କେ) ଭାରତ ବିରୋଧରେ କୌଣସି ଷଡଯନ୍ତ୍ର ନ କରିପାରେ ସେଥିପାଇଁ ଭାରତ ଚିନ୍ତା କରୁଛି |

ସମ୍ବନ୍ଧିତ ଖବର