ଅରୁଣାଚଳ ପ୍ରଦେଶରେ ଅସ୍ତ୍ରଶସ୍ତ୍ର ସମର୍ପଣ କଲେ ୧୫ ଉଗ୍ରବାଦୀ

ଇଟାନଗର: ଅରୁଣାଚଳ ପ୍ରଦେଶରେ ଇଷ୍ଟର୍ଣ୍ଣ ନାଗା ନ୍ୟାସନାଲ ଗଭର୍ଣ୍ଣମେଣ୍ଟର ସଭାପତି ତୋଶା ମୋସାଙ୍ଗଙ୍କ ସମେତ ୧୫ ଜଣ ଉଗ୍ରବାଦୀ ସେମାନଙ୍କ ଅସ୍ତ୍ରଶସ୍ତ୍ର ସମର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁଙ୍କ ସାମ୍ନାରେ ରବିବାର ସେମାନେ ଏହି କାର୍ଯ୍ୟ କରିଛନ୍ତି।

ଏଥିପାଇଁ ରାଜ୍ୟ ପୁଲିସ ମୁଖ୍ୟାଳୟରେ ଏକ ଘର ଫେରନ୍ତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ଉପମୁଖ୍ୟମନ୍ତ୍ରୀ ଚାଓନା ମେନ୍, ଗୃହମନ୍ତ୍ରୀ ବାମଙ୍ଗ ଫେଲିକ୍ସ, ମୁଖ୍ୟ ସଚିବ ଧମେନ୍ଦ୍ର ଏବଂ ପୁଲିସ ମହା ନିର୍ଦ୍ଦେଶକ ସତୀଶ ଗୋଲଚା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ଐତିହାସିକ କହିଚନ୍ତି। ହିଂସା ଛାଡ଼ି ମୁଖ୍ୟ ସ୍ରୋତରେ ଉଗ୍ରବାଦୀମାନେ ସାମିଲ ହୋଇଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି। ଏଥିସହିତ ଆସାମ ରାଇଫଲ ଓ ରାଜ୍ୟ ପୁଲିସର ଉଦ୍ୟମକୁ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର