ଆମେରିକାରେ ୨୦ ଲକ୍ଷ, ବ୍ରାଜିଲ୍‌ରେ ୮ ଲକ୍ଷ ସଂକ୍ରମିତ

ନୂଆଦିଲ୍ଲୀ: ମହାମାରୀ କୋଭିଡ୍–୧୯ ଦ୍ବାରା ସବୁଠୁ ବେଶୀ ସଂକ୍ରମିତ ଦେଶଙ୍କ ମଧ୍ୟରେ ଆମେରିକା ହିଁ ତଥାପି ୨୦ ଲକ୍ଷରୁ ଅଧିକ ସଂକ୍ରମିତଙ୍କୁ ବହନ କରି ଶୀର୍ଷରେ ରହିଛିା ସେହିପରି ଦ୍ବିତୀୟ ସ୍ଥାନରେ ରହିଥିବା ବ୍ରାଜିଲ୍‌ରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୮ଲକ୍ଷ ପାଖାପାଖି ହୋଇଛି । ବ୍ରାଜିଲ୍ ପଛକୁ ଋଷିଆରେ ୫ ଲକ୍ଷରୁ ଅଳ୍ପ ଅଧିକ ସଂକ୍ରମିତ ହୋଇଛନ୍ତିା ଅପରପକ୍ଷେ, ଗତ ମାସରୁ କରୋନା କେନ୍ଦ୍ର ଭାବେ ବିବେଚିତ ଇଟାଲି, ସ୍ପେନ୍ ଓ ୟୁକେ ପରି ୟୁରୋପୀୟ ଦେଶମାନଙ୍କୁ ଅନ୍ୟ ମହାଦେଶର ଦେଶ ଟପିବାରେ ଲାଗିଛନ୍ତିା ସେହି କ୍ରମରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୃଷ୍ଟିରୁ ଆମ ଭାରତ ୟୁକେକୁ ଅତିକ୍ରମ କରି ଚତୁର୍ଥ ସ୍ଥାନରେ ପହ‌ଂଚିଛି।

ଅଦ୍ୟାବଧି ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷରୁ ଅଧିକ ହୋଇଥିବା ବେଳେ ୟୁକେର ୨ ଲକ୍ଷ ୯୦ ହଜାର ହୋଇଛିା ସେହିପରି ଷଷ୍ଠରେ ସ୍ପେନ୍(୨.୪ ଲକ୍ଷ), ସପ୍ତମରେ ଇଟାଲି(୨.୩ ଲକ୍ଷ), ଅଷ୍ଟମରେ ପେରୁ(୨.୧୪ ଲକ୍ଷ), ନବମରେ ଫ୍ରାନ୍ସ(୧.୯୩ ଲକ୍ଷ) ଏବଂ ଦଶମରେ ଜର୍ମାନୀ(୧.୮୭ ଲକ୍ଷ) ରହିଛନ୍ତିା ସେହିପରି ମୃତକଙ୍କ ସଂଖ୍ୟାକୁ ବିଚାରକୁ ନେଲେ ଆମେରିକା ଶୀର୍ଷରେ(୧.୨ ଲକ୍ଷ) ରହିଥିବା ବେଳେ ଦ୍ବିତୀୟରେ ବ୍ରାଜିଲ୍(୪୨ ହଜାର), ତୃତୀୟରେ ୟୁକେ( ସାଢେ଼ ୪୧ ହଜାର), ଚତୁର୍ଥରେ ଇଟାଲି(୩୪ ହଜାରରୁ ଅଧିକ), ପ‌ମରେ ଫ୍ରାନ୍ସ(୩୦ ହଜାର), ଷଷ୍ଠରେ ସ୍ପେନ୍(୨୭ ହଜାରରୁ ଅଧିକ), ସପ୍ତମରେ ମେକ୍ସିକୋ(ସାଢେ଼ ୧୬ ହଜାର), ଅଷ୍ଟମରେ ବେଲଜିଅମ୍(୧୦ ହଜାର), ନବମରେ ଭାରତ(୯ ହଜାରରୁ ଅଳ୍ପ ଅଧିକ) ଏବଂ ଦଶମରେ ଜର୍ମାନୀ(ପାଖାପାଖି ୯ ହଜାର) ରହିଛନ୍ତିା

ସମ୍ବନ୍ଧିତ ଖବର