ଟେନ୍‌ସେଣ୍ଟ୍‌ ଲିକ୍‌: କରୋନାରେ ୨୪ ହଜାରରୁ ଅଧିକଙ୍କ ମୃତ୍ୟୁ ହେଲାଣି !

ବେଜିଂ: ଚୀନ୍‌ରେ କରୋନା ଭାଇରସ୍‌ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ଚୀନ୍‌ ସରକାରଙ୍କ ପକ୍ଷରୁ କରୋନା ଯୋଗୁଁ ମୃତ୍ୟୁସଂଖ୍ୟା ୬୦୦ ଟପିଥିବା କୁହାଯାଇଥିବା ବେଳେ ଚୀନ୍‌ର ବହୁରାଷ୍ଟ୍ରୀୟ ସଂସ୍ଥା ‘ଟେନ୍‌ସେଣ୍ଟ’ ୱେବ୍‌ ପେଜ୍‌‌ରେ ଲିକ୍‌ ହୋଇଥିବା ତଥ୍ୟରୁ ଜଣାପଡ଼ିଛି ‌ଯେ ୨୪,୫୮୯ ଲୋକଙ୍କ କରୋନା‌ରେ ମୃତ୍ୟୁ ହୋଇଛି। ୧୫୪,୦୨୩ ଜଣ ଭାଇରସ୍‌ ଆକ୍ରାନ୍ତ ଥିବା ଟେ୍‌ନ୍‌ସେଣ୍ଟ୍‌ ତଥ୍ୟ ପ୍ରଘଟରୁ ଜଣାପଡ଼ିଛି। ଏହି ତଥ୍ୟକୁ ନେଇ ଏବେ ବିଶ୍ବବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଛି। ତେବେ ଟେନ‌ସେଣ୍ଟ୍‌ ଏବେ ଏହାର ତଥ୍ୟ ପୁନର୍ବାର ବଦଳାଇ ଦେଇଛି ଏବଂ ସରକାରଙ୍କ ଦ୍ବାରା ସ୍ପଷ୍ଟ କରାଯାଇଥିବା ମୃତ୍ୟୁସଂଖ୍ୟାକୁ ପୁଣିଥରେ ଏ‌ହା ଉଲ୍ଲେଖ କରିଛି।

ସମ୍ବନ୍ଧିତ ଖବର