ସୁଲଭ ଓ ଉନ୍ନତ ଚିକିତ୍ସା ପାଇଁ ଭାରତ ମୁହାଁ ବିଦେଶୀ: ୬ ବର୍ଷରେ ଭାରତକୁ ଆସିଛନ୍ତି ୨୭ ଲକ୍ଷ ବିଦେଶୀ

ନୂଆଦିଲ୍ଲୀ: ଭାରତରେ ଶସ୍ତାରେ ଉନ୍ନତମାନର ଚିକିତ୍ସା ପାଇଁ ଏବେ ବହୁ ସଂଖ୍ୟାରେ ବିଦେଶୀ ରୋଗୀ ଭାରତକୁ ଆସୁଛନ୍ତି | ଏକ
ସୂଚନା ଅଧିକାର (ଆରଟିଆଇ) ଅଧିନିୟମରୁ ଏବାବଦରେ ଜଣାପଡିଛି | ମିଳିଥିବା ସୂଚନା ମୁତାବକ ୨୦୧୬ ରୁ ୨୦୨୧ ମଧ୍ୟରେ ୨୭.୪୭ ଲକ୍ଷ ବିଦେଶୀ ଭାରତକୁ ଚିକିତ୍ସା ପାଇଁ ଆସିଛନ୍ତି | ତେବେ ଭାରତକୁ ଆସିଥିବା ୨୭.୪୭ ଲକ୍ଷ ବିଦେଶୀ ନାଗରିକଙ୍କ ମଧ୍ୟରୁ ୫୨.୫ ପ୍ରତିଶତ ବାଂଲାଦେଶୀ ଥିଲେ | ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମଏ) କହିଛି ଯେ ୟୁରୋପ ଏବଂ ଆମେରିକା ତୁଳନାରେ ଅତି ସୁଲଭ ମୂଲ୍ୟରେ ଉନ୍ନତ ଚିକିତ୍ସା ସେବା ହେତୁ ଏସିଆ ବିଶେଷ କରି ଭାରତର ପଡୋଶୀ ଦେଶର ରୋଗୀ ଚିକିତ୍ସା ପାଇଁ ଭାରତକୁ ପସନ୍ଦ କରୁଛନ୍ତି। ନେମୁଚ ସ୍ଥିତ ଆରଟିଆଇ କାର୍ଯ୍ୟକର୍ତ୍ତା ଚନ୍ଦ୍ରଶେଖର ଗୌଡ଼ କହିଛନ୍ତି ଯେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟର ମାର୍କେଟ ରିସର୍ଚ୍ଚ ଡିଭିଜନ ପକ୍ଷରୁ ସୂଚନା ମିଳିଛି |

ମିଳିଥିବା ତଥ୍ୟ ଅନୁଯାୟୀ, ଚିକିତ୍ସା ପାଇଁ ଭାରତକୁ ଆସୁଥିବା ବିଦେଶୀଙ୍କ ସଂଖ୍ୟା ୨୦୧୬ ରେ ୪.୨୭ ଲକ୍ଷ, ୨୦୧୭ ରେ ୪.୯୫ ଲକ୍ଷ, ୨୦୧୮ ରେ ୬.୪୧ ଲକ୍ଷ, ୨୦୧୯ରେ ୬.୯୭ ଲକ୍ଷ, ୨୦୨୦ରେ ୧.୮୪ ଲକ୍ଷ ଏବଂ ୨୦୨୧ରେ ୩.୦୩ ଲକ୍ଷ ଥିଲା। ଆଉ ଏହି ରୋଗୀଙ୍କ ମଧ୍ୟରେ ଯଥାକ୍ରମେ ୨.୧୦ ଲକ୍ଷ, ୨.୨୨ ଲକ୍ଷ, ୩.୨୨ ଲକ୍ଷ, ୪.୦୧ ଲକ୍ଷ, ଏକ ଲକ୍ଷ ଏବଂ ୧.୮୭ ଲକ୍ଷ ବାଂଲାଦେଶୀ ନାଗରିକ ଚିକିତ୍ସା ପାଇଁ ଭାରତ ଆଡକୁ ମୁହାଁଇଛନ୍ତି। ସରକାରୀ ଆକଳନରୁ ଜଣାପଡିଛି ଯେ ୨୦୨୦ ଏବଂ ୨୦୨୧ ମସିହାରେ କୋଭିଡ -୧୯ ହେତୁ , ଅନ୍ତରାଷ୍ଟ୍ରୀୟ ଯାତ୍ରାରେ କଟକଣା ଥିବାରୁ ବିଦେଶୀ ରୋଗୀଙ୍କ ସଂଖ୍ୟା କମ ରହିଛି |

ତଥ୍ୟ ଅନୁଯାୟୀ, ବାଂଲାଦେଶ ବ୍ୟତୀତ, ଯେଉଁ ଦେଶର ନାଗରିକମାନେ ଗତ ୬ବର୍ଷ ମଧ୍ୟରେ ବହୁ ସଂଖ୍ୟାରେ ଭାରତ ଆସିଥିଲେ, ସେମାନଙ୍କ ମଧ୍ୟରେ ମାଲଦ୍ୱୀପ, ଆଫଗାନିସ୍ତାନ, ଇରାକ, ଓମାନ ଏବଂ ୟେମେନର ନାଗରିକ ରହିଛନ୍ତି |

ସମ୍ବନ୍ଧିତ ଖବର