ଡ୍ରଗ୍ସ ଚୋରା ଚାଲାଣ ମାମଲାରେ ଇରାନୀୟ ନାଗରିକଙ୍କ ସମେତ ୨୭ ଗିରଫ

ବେଙ୍ଗାଲୁରୁ : ପ୍ରାୟ ୧୫ ଲକ୍ଷ ଟଙ୍କା ମୂଲ୍ୟର ଡ୍ରଗ୍ସ ଚୋରାଚାଲାଣ ତଥା ବିକ୍ରି ଅଭିଯୋଗରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଦ୍ୱାରା ଏକାଧିକ ରାଜ୍ୟରେ ଗିରଫ ହୋଇଥିବା ୨୭ ଜଣଙ୍କ ମଧ୍ୟରେ ଜଣେ ଇରାନ ନାଗରିକ ଅନ୍ତଭୁର୍କ୍ତ। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ଇରାନ ନାଗରିକଙ୍କ ବ୍ୟତୀତ ବେଙ୍ଗାଲୁରୁ, ମୁମ୍ବାଇ, ତାମିଲନାଡୁ, ହାଇଦ୍ରାବାଦ, ମିଜୋରାମ, ହରିୟାଣା, ଦିଲ୍ଲୀ, କୋଲକାତା, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶର ଯୁବକ ଅଛନ୍ତି। ଏନ୍‌ସିବି ଅଧିକାରୀମାନେ ସେମାନଙ୍କ ନିକଟରୁ ଏଲ୍‌ଏସ୍‌ଡି, କୋକେନ୍, ହାସିଶ୍ ଏବଂ ସିଲୋସିବିନ୍ ମଶରୁମ୍ ଜବତ କରିଛନ୍ତି।

ଏନ୍‌ସିବି ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ଏହି ସବୁ ଘଟଣାରେ ବ୍ୟବହୃତ ହେଉଥିବା ଏକ ସାଧାରଣ ମୋଡସ୍ ଅପରେଣ୍ଡୀ ହେଉଛି ଯେ ଡାର୍କନେଟ ବଜାର ତଥା କେତେକ ବନ୍ଦ ଟେଲିଗ୍ରାମ ଏବଂ ହ୍ବାଟସ୍ଆପ୍ ଗ୍ରୁପରେ ଏହି ଡ୍ରଗ୍ସ ବୁକ୍ କରାଯାଇଥିଲା। କ୍ରିପ୍ଟୋକରେନ୍ସି ଏବଂ ଅନ୍ୟାନ୍ୟ ଅନଲାଇନ୍ ପେମେଣ୍ଟ ଚ୍ୟାନେଲ ବ୍ୟବହାର କରି ଦେୟ ପ୍ରଦାନ କରାଯାଇଥିଲା। ଗିରଫ ଅଭିଯୁକ୍ତମାନେ ୨୦-୨୫ ବର୍ଷ ବୟସ ବର୍ଗର ଅଟନ୍ତି। ସେମାନେ ପ୍ରାୟତଃ ଛାତ୍ର ଏବଂ ସଫ୍ଟୱେୟାର ପ୍ରଫେସନାଲ ଅଟନ୍ତି। ଗିରଫ ହୋଇଥିବା ଅଧିକାଂଶ ଯୁବକ ଉଚ୍ଚଶିକ୍ଷିତ। ସେମାନେ ଖ୍ୟାତନାମା କମ୍ପାନୀରେ ଅଧ୍ୟୟନ ଏବଂ କାର୍ଯ୍ୟ କରିବା ଉଦ୍ଦେଶ୍ୟରେ ବାଙ୍ଗାଲୋରରେ ଅବସ୍ଥାପିତ ହୋଇଥିଲେ।

ଗୋଟିଏ ମାମଲାରେ ପଶ୍ଚିମବଙ୍ଗ ସିଲିଗୁଡ଼ିର ଡ୍ରଗ୍ସ ଯୋଗାଣକାରୀ ସ୍ଥାନୀୟ କୋରିଅର କମ୍ପାନୀ ମାଧ୍ୟମରେ ଦେଶର ବିଭିନ୍ନ ସ୍ଗଥାନକୁ ଡ୍ରଗ୍ସ ବିତରଣ କରୁଥିଲେ ବୋଲି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି।

ସମ୍ବନ୍ଧିତ ଖବର