ବାପାର କାର ଚକା ତଳେ ଚାଲିଗଲା ୪ବର୍ଷ ପୁଅର ଜୀବନ

ହାଇଦ୍ରାବାଦ: ହାଇଦ୍ରାବାଦର ଏଲବି ନଗରରୁ ଗତରବିବାର ଦିନ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବାପାର କାର ଚକା ତଳେ ଚାଲିଚାଲିଛି ୪ବର୍ଷ ଶିଶୁର ଜୀବନ। ମୃତ ଶିଶୁର ନାମ ସାତ୍ୱିକ ବୋଲି ଜଣାପଡ଼ିଛି। ପୁଲିସ ଘଟଣାର ଯାଞ୍ଚ କରୁଛି।

ଏଭଳି ଏକ ଲୋମଟାଙ୍କୁରା ଘଟଣା‌ ଘଟିବା ଖବର ପ୍ରଘଟ ହେବା ପରେ ସ୍ଥାନୀୟ ଅଞ୍ଚଳର ଲୋକେ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ସମସ୍ତଙ୍କ ମନରେ ଥିଲା, ‘ହେ ଭଗବାନ ଇଏ କ’ଣ ହେଲା, କାହିଁକି ହେଲା?’

 

ତେବେ ଏହି ଦୁଃଖଦ ଘଟଣାର ଏକ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ଏଥିରେ ସାତ୍ୱିକର ବାପା ଲକ୍ଷ୍ମଣ ଆପାର୍ଟମେଣ୍ଟ ବାହାରେ ଥିବା ଏସୟୁଭି କାର ଭିତରକୁ ଯାଇ ବସି ଯାଉଛନ୍ତି। ଆଉ ତାଙ୍କ ପଛେପଛେ ୪ବର୍ଷର ପୁଅ ସାତ୍ୱିକ ଆସିଥିବା ସେ ଜାଣି ପାରି ନଥିଲେ। ଫଳରେ କାରଟିକୁ ଷ୍ଟାଟ କରି ଆଗକୁ ନେଇଯାଉଛନ୍ତି। ଆଉ ଏତିକି ବେଳେ  କାରଟି ସାତ୍ବିକ ଉପରେ ଚଢ଼ି ଯାଉଥିବା ଦେଖିବାକୁ ମିଳୁଛି।

ଲକ୍ଷ୍ମଣ ଯେତେବେଳେ ଜାଣିପାରିଲେ ଯେ କାର ପୁଅ ଉପରକୁ ଚଢି ଯାଇଛି ସେ କାରରୁ ଓହ୍ଲାଇ ତୁରନ୍ତ ପୁଅକୁ ନେଇ ଆପାର୍ଟମେଣ୍ଟ ଆଡକୁ ଦୌଡ଼ିଥିଲେ। କାର ଚାପରେ ସାତ୍ୱିକ ଗୁରୁତର ଆହତ ହୋଇଥିଲା। ତାକୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ସାତ୍ବିକକୁ ମୃତ ଘୋଷଣା କରିଥିଲେ।

 

ସମ୍ବନ୍ଧିତ ଖବର