ତାଜ୍‌ମହଲର ମୁଖ୍ୟ ଗମ୍ବୁଜ ଚଟାଣରେ ଲାଗିବ ୪୦୦ ପଥର

ଆଗ୍ରା: ତାଜ୍‌ମହଲର ସୌନ୍ଦର୍ଯ୍ୟ ବୃଦ୍ଧି ନେଇ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ତତ୍ପରତା ପ୍ରକାଶ କରିଛି। ତାଜ୍‌ମହଲର ଅନେକ ଅଂଶରେ ମରାମତି କାର୍ଯ୍ୟ ହେବା ସହିତ ମୁଖ୍ୟ ଗମ୍ବୁଜ ‘ଚାମେଲି ଫାର୍ସ’ର ଚଟାଣରେ ୪୦୦ଟି ପଥର ନୂଆକରି ଲାଗିବ ବୋଲି ଏଏସ୍‌ଆଇ ପକ୍ଷରୁ ସୂଚନା ମିଳିଛି। ଗତ କିଛି ଦଶନ୍ଧି ଧରି ପ୍ରଦୂଷଣ କାରଣରୁ ତାଜ୍‌ମହଲ ପ୍ରତି ବିପଦ ସୃଷ୍ଟି ହୋଇଛି। ଅପରପକ୍ଷେ, ପ୍ରତିବର୍ଷ ନଭେମ୍ବର ମାସ ବେଳକୁ ଆଗ୍ରାର ବାୟୁ ଗୁଣବତ୍ତା ସୂଚୀ (ଏକ୍ୟୁଆଇ) ୩୫୦ରୁ ୪୫୦ ମଧ୍ୟରେ ରହୁଛି। ଆଗ୍ରାର ବାୟୁ ପ୍ରଦୂଷଣ ଉତ୍କଟ ହେଉଥିବାରୁ ତାଜ୍‌ମହଲ ପ୍ରତି ବିପଦ ସୃଷ୍ଟି ହୋ‌ଇଛି। ଅପରପକ୍ଷେ, ତାଜ୍‌ମହଲ ଦେଖିବାକୁ ମାତ୍ରାଧିକ ସଂଖ୍ୟାରେ ପର୍ଯ୍ୟଟକ ଆସୁଥିବାରୁ ଗମ୍ବୁଜ ସମ୍ମୁଖ ଚଟାଣରେ ଫାଟ ସୃଷ୍ଟି ହୋଇଛି। ତାଜ୍‌ମହଲର ମାର୍ବଲ୍‌ ଉପରେ ଖୋଦେଇ କରାଯାଇଥିବା କାରୁକାର୍ଯ୍ୟକୁ ଅକ୍ଷୁଣ୍ଣ ରଖି ଏହାର ମରାମତି କରାଯିବ ବୋଲି ଏଏସ୍‌ଆଇ କହିଛି।

ସମ୍ବନ୍ଧିତ ଖବର