ଲକ୍ଷ୍ନୌ: ଭାରତୀୟ ଜନତା ପାର୍ଟି ଦ୍ୱାରା ଶାସିତ ଦେଶର ବୃହତ୍ତମ ରାଜ୍ୟ ଉତ୍ତର ପ୍ରଦେଶରେ ଏକ ନୂଆ ରାଜନୈତିକ ଓ ଆରକ୍ଷଣ ନୀତି ଚର୍ଚ୍ଚାରେ ରହିଛି। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଏକ ଚାରି ଜଣିଆ ସାମାଜିକ ନ୍ୟାୟ କମିଟି ଗଠନ କରିଥିଲେ। ଏହି କମିଟି ରାଜ୍ୟରେ ଥିବା ଯାଦବ ଜାତିର ଲୋକଙ୍କୁ ୭ ପ୍ରତିଶତ ସଂରକ୍ଷଣର ବ୍ୟବସ୍ଥା କରିବା ଲାଗି ସୁପାରିଶ କରିଛି। ଏହି ୭ ପ୍ରତିଶତରେ ଯାଦବଙ୍କ ବ୍ୟତୀତ କୁର୍ମି ଜାତି ବି ଆସିବ।
Sambad is now on WhatsApp
Join and get latest news updates delivered to you via WhatsApp
କମିଟି ଦର୍ଶାଇଛି ଯେ ଯାଦବ ଓ କୁର୍ମି ଜାତି କେବଳ ସାଂସ୍କୃତିକ ସ୍ତରରେ ନୁହେଁ,ବରଂ ଅର୍ଥନୈତିକ ଓ ରାଜନୈତିକ ସ୍ତରରେ ବି ବେଶ୍ ପ୍ରଭାବଶାଳୀ। କୁହାଯାଉଛି ଯେ ଯାଦବମାନେ ସମାଜବାଦୀ ପାର୍ଟି ସପକ୍ଷରେ ଭୋଟ୍ ଦେଇଥାଆନ୍ତି,କିନ୍ତୁ କୁର୍ମିିମାନେ ଭାଜପା ସହଯୋଗୀ ଅପ୍ନା ଦଳକୁ ସମର୍ଥନ କରିଥାନ୍ତି। ଭାଜପା ଯାଦବ ଓ କୁର୍ମି ଜାତିକୁ ୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଲେ ସମାଜବାଦି ପାର୍ଟିର ଭୋଟ୍ ହାର ହ୍ରାସ ପାଇବ ବୋଲି ଆଶଙ୍କା କରାଯାଉଛି। ଏବେ ଉତ୍ତର ପ୍ରଦେଶର ଓବିସି ଶ୍ରେଣୀର ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ପ୍ରଚଳିତ।