ଇଡି ନଜରରେ ୯ ଆଇପିଏସ୍ ଅଧିକାରୀ

ବେଙ୍ଗାଲୁରୁ : ବେଙ୍ଗାଲୁରୁର ଆଇଏମଏ ପୋଞ୍ଜି ସ୍କାମ ମାମଲାରେ ବରିଷ୍ଠ ରାଜନେତାଙ୍କ ସମେତ ୯ ଜଣ ଆଇପିଏସ୍ ଅଧିକାରୀଙ୍କ ସମେତ କେତେଜଣ ବରିଷ୍ଠ ରାଜନେତା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନଜରରେ ରହିଛନ୍ତି। ଏହି ମାମାଲାରେ ରାଜ୍ୟରେ ପାଖାପାଖି ୩୦ ହଜାର ଲୋକଙ୍କର ୩ ହଜାର କୋଟି ଟଙ୍କା ଫସିରହିଛି। ପୋଞ୍ଜି ସ୍କିମ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେବା ପାଇଁ ସଂପୃକ୍ତ ଆଇପିଏସ୍ ଅଧିକାରୀମାନେ ବଟି ନେଉଥିଲେ ବୋଲି ଅଭିଯୋଗ ହୋଇଛି। ଆଇଏମଏ ସଂସ୍ଥାର ପ୍ରତିଷ୍ଠାତା ମହମ୍ମଦ ମନସୁର ଖାନ୍ ଦେଶ ଛାଡ଼ି ଦୁବାଇ ପଳାଇଥିଲେ। କିନ୍ତୁ ଦୁବାଇରୁ ଫେରିବା ପରେ ଗତ ୧୯ ତାରିଖରେ ଇଡି ତାଙ୍କୁ ନୂଆଦିଲ୍ଲୀରେ ଗିରଫ କରି ଏହି ମାମଲାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର