ଆଦିତ୍ୟ, ଔରଙ୍ଗଜେବ୍‌ଙ୍କ ସମେତ ୨୦ଙ୍କୁ ସୌର୍ଯ୍ୟଚକ୍ର

ନୂଆଦିଲ୍ଲୀ: ମେଜର ଆଦିତ୍ୟ କୁମାର ଏବଂ ସହିଦ ଯବାନ ରାଇଫଲମ୍ୟାନ୍‌ ଔରଙ୍ଗଜେବ୍‌ଙ୍କ ସମେତ ମୋଟ ୨୦ ଜଣଙ୍କୁ ମିଳିବ ସୌର୍ଯ୍ୟଚକ୍ର ବୀରତ୍ୱ ପୁରସ୍କାର। ସାହସିକତା ଏବଂ ବୀରତ୍ୱ ପାଇଁ ସ୍ୱାଧୀନତା ଦିବସ ଅବସରରେ ଏମାନଙ୍କୁ ସୌର୍ଯ୍ୟଚକ୍ର ପୁରସ୍କାର ମିଳିବ। ଏହି ପୁରସ୍କାର ପାଇବାକୁ ଥିବା ଅନ୍ୟମାନଙ୍କ ମଧ୍ୟରେ ଲେଫ୍ଟନାଣ୍ଟ କଲୋନେଲ୍‌ ଅର୍ଜୁନ ଶର୍ମା, ମେଜର ପଓ୍ଵନ ଗୌତମ ଓ ପଓ୍ଵନ କୁମାର, କ୍ୟାପ୍‌ଟେନ୍‌ କାନିନ୍ଦର ପଲ୍‌ ସିଂହ ଏବଂ ରାଜେଶ୍‌ ଜୟେଶ୍‌ ବର୍ମା, ନାଏବ ସୁବେଦାର ଅନିଲ କୁମାର ଢାଇଆ ଓ ବିଜୟ କୁମାର ଯାଦବ, ହାବିଲଦାର କୁଲବାହାଦୁର ଥାପ୍ପା ଓ ଜାଓ୍ଵିଦ୍‌ ଅହମ୍ମଦ ଭଟ୍ଟ, ଆସାମ ରାଇଫଲ୍‌ର ଜୟପ୍ରକାଶ ଓରାଓଁ ଓ ରଥ୍ଵ ଲୀଲେଶ୍‌ ଭାଇ ଅଛନ୍ତି। ନୌସେନାରୁ କ୍ୟାପ୍‌ଟେନ୍‌ ପି ରାଜକୁମାରଙ୍କୁ ମଧ୍ୟ ସୌର୍ଯ୍ୟଚକ୍ର ପୁରସ୍କାର ପ୍ରଦାନ କରାଯିବ। ରାଜପୁତ ରେଜିମେଣ୍ଟର ସିପାହି ବ୍ରହ୍ମା ପାଲ୍‌ ସିଂହଙ୍କୁ କୀର୍ତ୍ତି ଚକ୍ର ପୁରସ୍କାର ମିଳିବ। ବ୍ରହ୍ମା ପାଲ୍‌ ଗତବର୍ଷ ନଭେମ୍ବରରେ ଆତଙ୍କବାଦୀ ଗୁଳିରେ ପ୍ରାଣ ହରାଇଥିଲେ। ଉଲ୍ଲେଖଯୋଗ୍ୟ, ସେନାବାହିନୀର ୧୦ ଗଡ଼ଓ୍ଵଲ୍‌ ରାଇଫଲ୍‌ର ମେଜର ଆଦିତ୍ୟ କୁମାର ଜାନୁଆରି ମାସରେ ଚର୍ଚ୍ଚାକୁ ଆସିଥିଲେ। ଅନ୍ୟପକ୍ଷେ ଔରଙ୍ଗଜେବ୍‌ ଜୁନ୍‌ ୧୪ରେ ଇଦ୍‌ ଉପଲକ୍ଷେ ନିଜ ଘରକୁ ଯାଉଥିବା ବେଳେ ତାଙ୍କୁ କିଛି ଆତଙ୍କବାଦୀ ଅପହରଣ କରିନେଇ ହତ୍ୟା କରିଥିଲେ।

ସମ୍ବନ୍ଧିତ ଖବର