ନୌସେନା ମୁଖ୍ୟ ଭାବେ ଦାୟିତ୍ବ ନେଲେ ଆଡମିରାଲ ହରି କୁମାର

ନୂଆଦିଲ୍ଲୀ: ଆଡମିରାଲ୍‌ ଆର୍‌ ହରି କୁମାର ଆଜି ନୂଆ ନୌସେନା ମୁଖ୍ୟ ଭାବେ ଦାୟିତ୍ବ ନେଇଛନ୍ତି। ଦେଶର ୨୫ ତମ ନୌସେନା ମୁଖ୍ୟ ହେବା ପୂର୍ବରୁ ଆଡମିରାଲ ହରି କୁମାର ପଶ୍ଚିମ ନାଭାଲ କମାଣ୍ଡର ଥିଲେ। ଏନ୍‌ଡିଏରେ ଛାତ୍ର ରହିଥିବା ହରି କୁମାର ୧୯୮୩ ଜାନୁଆରି ୧ ତାରିଖରେ ସେ ନୌସେନାରେ ସାମିଲ ହୋଇଥିଲେ।

୩୮ ବର୍ଷର କ୍ୟାରିୟର ମଧ୍ୟରେ ସେ ଅନେକ ସମ୍ମାନଜନକ ପଦବିରେ ରହିଛନ୍ତି। ଆଡମିରାଲ୍‌ ହରି କୁମାରଙ୍କୁ ଆଜି ଦିଲ୍ଲୀ ସ୍ଥିତ ସାଉଥ ବ୍ଲକ୍‌ ଲନ୍‌ରେ ଗାର୍ଡ ଅଫ୍‌ ଅନର ମିଳିଛି। ଆଡମିରାଲ କୁମାର କହିଛନ୍ତି, ନୌସେନା ମୁଖ୍ୟ ଭାବେ ଦାୟିତ୍ବ ନେଇ ମୁଁ ଖୁବ୍‌ ଗର୍ବ ଅନୁଭବ କରୁଛି।

ଦେଶର ସୁରକ୍ଷା ଏବଂ ସାମୁଦ୍ରିକ ଚ୍ୟାଲେଂଜଗୁଡ଼ିକ ଉପରେ ଭାରତୀୟ ‌ନୌସେନାର ଫୋକସ୍‌ ରହିବ। ଏଦିଗରେ ମୋର ସର୍ବାଧିକ ପ୍ରା‌ଥମିକତା ରହିବ ବୋଲି ହରି କୁମାର କହିଛନ୍ତି। ଅନ୍ୟପକ୍ଷେ ଆଡମିରାଲ୍‌ କରମବୀର ସିଂହଙ୍କ ୩୦ ମାସର କାର୍ଯ୍ୟକାଳ ଆଜି ଶେଷ ‌ହୋଇଛି। କରୋନା ମହାମାରୀ ଏବଂ ଗଲୱାନ ସଂଘର୍ଷ ଭଳି ବିଭିନ୍ନ ଚ୍ୟାଲେଂଜ ମଧ୍ୟରେ ସେ ନିଜ ଦାୟିତ୍ବ ସମ୍ପାଦନ କରିଛନ୍ତି।

ସମ୍ବନ୍ଧିତ ଖବର