ଆସ୍‌ରଫ୍‌ ଘନି ଆଫ୍‌ଗାନିସ୍ତାନର ରାଷ୍ଟ୍ରପତି ନିର୍ବାଚିତ

କାବୁଲ୍‌ : ଆଫ୍‌ଗାନିସ୍ତାନ ସାଂସଦୀୟ ନିର୍ବାଚନରେ ରାଷ୍ଟ୍ରପତି ଆସ୍‌ରଫ୍‌ ଘନି ଦ୍ବିତୀୟ ଥର ପାଇଁ ୫୦.୬୪ ପ୍ରତିଶତ ଭୋଟ୍‌ ପାଇ ବିଜୟୀ ‌ହୋଇଛନ୍ତି। କାବୁଲ୍‌ର ନିର୍ବାଚନ କମିସନ ମୁଖ୍ୟ ହାୱା ଆଲାମ୍‌ ନୁରିସ୍ତାନି ଏହି ସୂଚନା ଦେଇଛନ୍ତି। ସେପ୍‌ଟେମ୍ବର ୨୮ରେ ନିର୍ବାଚନ ଶେଷ ହୋଇଥିଲେ ମଧ୍ୟ କିଛି ବୈଷୟିକ କାରଣରୁ ଭୋଟ୍‌ ଗଣତିରେ ବିଳମ୍ବ ଘଟିଥିଲା। ତେବେ ଘନି ସର୍ବାଧିକ ୫୦.୬୪ ପ୍ରତିଶତ ଭୋଟ୍‌ ପାଇଥିବା ନେଇ ଆଜି ନିର୍ବାଚନ କମିସନ ମୁଖ୍ୟ ହାୱା ଆଲମ୍‌ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଘନି ତାଙ୍କର ପ୍ରତିଦ୍ବନ୍ଦ୍ବୀ ଅବ୍‌ଦୁଲ୍ଲା ଅବ୍‌ଦୁଲ୍ଲାଙ୍କୁ ପରାସ୍ତ କରିଛନ୍ତି। ତେବେ ଭୋଟ୍‌ ଗଣନାରେ ତ୍ରୁଟି ଏବଂ ନକଲି ଭୋଟ୍‌ଦାନ ନେଇ ଗତ ନଭେମ୍ବର ମାସରେ ଅବ୍‌ଦୁଲ୍ଲାଙ୍କ ସମର୍ଥକମାନେ କାବୁଲ୍‌ରେ ବିଶାଳ ରୢାଲି କରିଥିଲେ। ଏହା ପରେ ପୁନର୍ଗଣନା କରାଯାଇଥିଲା। ଏହି ବିବାଦୀୟ ପୁନଃ ଭୋଟ ଗଣନାକୁ ଅବ୍‌ଦୁଲ୍ଲାଙ୍କ ସମର୍ଥକମାନେ ଗ୍ରହଣ କରିନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର