ପୁଲିସଙ୍କୁ କରୋନା ଲକ୍ଷଣ ଜାଣିପାରୁଥିବା ଏକ ହଜାର ଘଣ୍ଟା ଦେବେ ଅକ୍ଷୟ କୁମାର, ତଥାପି କାହିଁକି ଟ୍ରୋଲର ଶିକାର ହେଲେ ଖିଲାଡୀ

ମୁମ୍ବାଇ: ପୁଲିସ କର୍ମୀଙ୍କୁ ଏକ ହଜାର ହାତ ଘଣ୍ଟା ଯୋଗାଇଦେବାକୁ ଘୋଷଣା କରିଛନ୍ତି ବଲିଉଡ ଖିଲାଡୀ ଅକ୍ଷୟ କୁମାର | ତେବେ ଏହି ହାତ ଘଣ୍ଟାର ବିଶେଷତ୍ୱ ହେଉଛି ଯେ ଏହି ଘଣ୍ଟା କରୋନାର ଏକ ପ୍ରମୁଖ ଲକ୍ଷଣ ଶରୀରର ତାପମାତ୍ରା ମାପିବାରେ ସହାୟକ ହେବ | ଏକ ବିଦେଶୀ ଘଣ୍ଟା କମ୍ପାନୀର ବ୍ରାଣ୍ଡ ଆମ୍ବାସାଡର ହୋଇଥିବାରୁ ଅକ୍ଷୟ ମୁମ୍ବାଇର ପ୍ରାୟ ଏକ ହଜାର ପୁଲିସ କର୍ମୀଙ୍କୁ ଏହି ଘଣ୍ଟା ଦେବେ | ଏହି ଘଣ୍ଟା ଦ୍ୱାରା ହୃଦସ୍ପନ୍ଦନ, ରକ୍ତଚାପ, ଶରୀରର ତାପମାତ୍ରା ଜଣାପଡିବ |

ଜର୍ମାନୀର ସ୍ୱାସ୍ଥ୍ୟ ପ୍ରଯୁକ୍ତିବିଦ୍ୟା ସହିତ କମ୍ପାନୀ ଏହି ଘଣ୍ଟାର ପରୀକ୍ଷା କରିଛି। କମ୍ପାନୀ ଦାବି କରିଛି ଯେ ଏହି ଘଣ୍ଟା ପିନ୍ଧିବା ଦ୍ୱାରା କରୋନା ଭୂତାଣୁ ଶୀଘ୍ର ଚିହ୍ନଟ ହୋଇପାରିବ ଏବଂ ଏହି ରୋଗ ବିସ୍ତାର ନହେବାରେ ସାହାଯ୍ୟ କରିବ। ତେବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବଦେଶୀ ସାମଗ୍ରୀ ଗ୍ରହଣ କରି ଆତ୍ମନିର୍ଭରଶୀଳ ହେବା ପାଇଁ ଦେଶକୁ ପ୍ରେରଣା ଦେଉଥିବା ବେଳେ ଏଥର ଅକ୍ଷୟ କୁମାର ଏକ ବିଦେଶୀ କମ୍ପାନୀର ଘଣ୍ଟା ପ୍ରଚାର କରି ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହୋଇଛନ୍ତି ।

ଲୋକମାନେ କହିଛନ୍ତି ଯେ ଏହି ଘଣ୍ଟା କରୋନା ଭୂତାଣୁ ପାଇଁ କୌଣସି ଔଷଧ କିମ୍ବା ଟିକା ନୁହେଁ, କେବଳ କରୋନା ଲକ୍ଷଣ ଚିହ୍ନିବା ପାଇଁ ଏକ ଡିଜିଟାଲ୍ ଉପକରଣ । ସେହିପରି ଏହି ଘଣ୍ଟା ମାଧ୍ୟମରେ ସଂଗୃହିତ ତଥ୍ୟ ଭାରତରେ ନୁହେଁ, ବରଂ ଆମେରିକା ଏବଂ ୟୁରୋପରେ ସଂଗୃହିତ ହେବ | ଘଣ୍ଟାର ଏହି ନୂତନ ମଡେଲ୍ ଶୀଘ୍ର ଅନଲାଇନ୍ ସପିଂ ପ୍ଲାଟଫର୍ମ ଆମାଜନ ଏବଂ ଫ୍ଲିପକାର୍ଟରେ ଉପଲବ୍ଧ ହେବ |

ସମ୍ବନ୍ଧିତ ଖବର