ଡାକ୍ତରଙ୍କ ବୟାନ ପରେ ଅଡୁଆରେ ଅର୍ଜୁନ ରାମପାଲ; କୌଣସି ସମୟରେ ହୋଇପାରନ୍ତି ଗିରଫ

ମୁମ୍ବାଇ: ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ପ୍ରଶ୍ନର ସାମ୍ନା କରିବାକୁ ମୁମ୍ବାଇର ଏନସିବି କାର୍ଯ୍ୟାଳୟରେ ବଲିଉଡ୍ ଅଭିନେତା ଅଜୁର୍ନ ରାମପାଲ ହାଜର ହୋଇଛନ୍ତି। ଏହି ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ତାଙ୍କୁ ପଚରାଉଚରା କରିଛି । ସେପେଟ ଧାରା ୧୬୪ ଆଧାରରେ ଦିଲ୍ଲୀର ଜଣେ ଡାକ୍ତରଙ୍କ ବୟାନ ମାଜିଷ୍ଟ୍ରେଟଙ୍କ ଆଗରେ ରେକର୍ଡ କରିଛି ଏନସିବି । ଡାକ୍ତରଙ୍କ ବୟାନ ଆଧାରରେ ଅର୍ଜୁନଙ୍କୁ ଏନସିବି କୌଣସି ପରିସ୍ଥିତିରେ ଗିରଫ କରିପାରେ ବୋଲି କୁହାଯାଉଛି।

ପ୍ରକାଶିତ ରିପୋର୍ଟ ମୁତାବକ, ତେବେ ଅର୍ଜୁନ ଯେଉଁ ‌ଔଷଧ ଏନସିବି ସାମ୍ନାରେ ରଖିଥିଲେ ତାର ତାରିଖରେ କିଛି ହେରଫେର କରିଥିବା ଜଣାପଡିଥିଲା । ଏହାପରେ ଏନସିବି ଯାଞ୍ଚ କରିଥିଲା। ଏହି ଯାଞ୍ଚରୁ ଜଣାପଡ଼ିଲା କି ଅର୍ଜୁନ ତାଙ୍କର ଜଣେ ନିକଟତମ ଦିଲ୍ଲୀ ଡାକ୍ତରଙ୍କ ଉପରେ ଚାପ ପକାଇ ପ୍ରେସକିପସନର ତାରିଖ ବଦଳାଇ ଦେଇଥିଲେ। ଏନସିବିର ତଦନ୍ତରୁ ବଞ୍ଚିବା ପାଇଁ ଅର୍ଜୁନ ଏଭଳି କରିଥାଇପାରନ୍ତି ବୋଲି କୁହାଯାଉଛି ।

अर्जुन रामपाल

ଏନସିବିକୁ ଏଥିରୁ ସନ୍ଦେହ ହେବାରୁ ସେ ଡାକ୍ତରଙ୍କୁ ପଚରାଉଚରା କରିବା ସହିତ ବୟାନ ରେକର୍ଡ କରିଥିଲା। ତେବେ ଅର୍ଜୁନ ରାମପାଲଙ୍କ ଘରେ ଚଢ଼ାଉ ସମୟରେ କିଛି ମେଡିସିନ ଜବତ ହୋଇଥିଲା, ଯାହାକି ଏନଡିପିଏସ ଆକ୍ଟ ଜରିଆରେ ଆସିଥାଏ। ଏହି ଔଷଧ ଏନଡିପିଏସ ଆକ୍ଟର ସିଡ୍ୟୁଲ ଏଚରେ ଆସିଥାଏ। ଏଥିପାଇଁ ଡାକ୍ତରଙ୍କ ପ୍ରେସକ୍ରିପସନର ଆବଶ୍ୟକତା ରହିଥାଏ।

ନଭେମ୍ବର ୯ ତାରିଖରେ ଡ୍ରଗ୍ସ ମାମଲାରେ ଅର୍ଜୁନ ରାମପାଲଙ୍କ ଘରେ ଏନସିବି ଚଢ଼ାଉ କରି ଛାନଭିନ କରିଥିଲା । ଛାନଭିନ୍ ବେଳେ ତାଙ୍କ ଘରୁ ଟ୍ରେମାଡୋଲ ଟାବଲେଟ୍ ଜବତ କରାଯାଇଥିଲା । ଏହାପରେ ଅର୍ଜୁନ ରାମପାଲଙ୍କ ଲିଭ୍ ଇନ୍ ପାର୍ଟନର ଗାବ୍ରିଏଲା ଡିମିଟ୍ରିଏଡସଙ୍କୁ ୨ଥର ଜେରା କରିଥିଲା ଏନସିବି । ପରେ ଅର୍ଜୁନ ରାମପାଲ ନଭେମ୍ବର ୧୩ ତାରିଖରେ ଏନସିବିରେ ହାଜର ହୋଇଥିଲେ ।

ସମ୍ବନ୍ଧିତ ଖବର