ବାଲାକୋଟ୍‌ ବିମାନ ଆକ୍ରମଣ ପରେ ପାକିସ୍ତାନ ପଟୁ ଅନୁପ୍ରବେଶ ୪୩% କମିଛି

ନୂ୍ଆଦିଲ୍ଲୀ: ପୁଲୱାମାରେ ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣର କଡ଼ା ଜବାବ ଦେଇ ଭାରତ ପାକିସ୍ତାନର ବା‌ଲାକୋଟ୍‌ରେ ବିମାନ ଆକ୍ରମଣ କରିଥିଲା। ବାଲାକୋଟ୍‌ ଆତଙ୍କବାଦୀ ଶିବିରରେ ଭାରତର କାର୍ଯ୍ୟାନୁଷ୍ଠାନରେ ପ୍ରାୟ ୩୦୦ ଆତଙ୍କବାଦୀ ନିହତ ହୋଇଥିଲେ। ତେବେ ଏହି ବିମାନ ଆକ୍ରମଣ ପରଠାରୁ ପାକିସ୍ତାନ ପଟୁ ଭାରତକୁ ଅନୁପ୍ରବେଶ ମାତ୍ରା ୪୩ ପ୍ରତିଶତ କମିଛି। ଭାରତୀୟ ସୁରକ୍ଷାବାହିନୀ ଦ୍ବାରା ଆରମ୍ଭ ହୋଇଥିବା ଆତଙ୍କବାଦୀ ନିରୋଧ କାର୍ଯ୍ୟାନୁଷ୍ଠାନରେ ଜମ୍ମୁ କଶ୍ମୀରରେ ସୁରକ୍ଷା ସ୍ଥିତି ସୁଦୃଢ଼ ହୋଇଛି ଏବଂ ପାକିସ୍ତାନ ପଟୁ ଅନୁପ୍ରବେଶ କମିଛି ବୋଲି ଗୃହମନ୍ତ୍ରାଳୟ ପକ୍ଷରୁ ସଂସଦରେ ତଥ୍ୟ ପ୍ରଦାନ କରାଯାଇଛି।
କେନ୍ଦ୍ର ଗୃହ ବ୍ୟାପାର ର‌ାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି, ଅନୁପ୍ରବେଶ ଏବଂ ଆତଙ୍କବାଦ କାର୍ଯ୍ୟକଳାପ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି। ଆତଙ୍କବାଦୀ କାର୍ଯ୍ୟକଳାପ ନିୟନ୍ତ୍ରଣ ଦିଗରେ ସୁରକ୍ଷାକର୍ମୀଙ୍କ ସଠିକ୍‌ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଜମ୍ମୁ କଶ୍ମୀରରେ ଏବେ ସୁରକ୍ଷା ସ୍ଥିତି‌ରେ ସୁଧାର ଆସିଛି। ପାକିସ୍ତାନ ପଟୁ ଅନୁପ୍ରବେଶ ୪୩ ପ୍ରତିଶତ କମିଛି। ତେବେ ଗୁଇନ୍ଦା ସୂତ୍ରରୁ ଜଣାଯାଇଛି ଯେ ପାକିସ୍ତାନ ଏବେ ଏହାର ସାମରିକ ପ୍ରତିଷ୍ଠାନଗୁଡ଼ିକୁ ଅଧିକ ସୁଦୃଢ଼ କରୁଛି। ଭବିଷ୍ୟତରେ ଭାରତପଟୁ ଆକ୍ରମଣ ଭୟରେ ପାକିସ୍ତାନ ଏହାର ସାମରିକ ପ୍ରତିଷ୍ଠାନକୁ ଅଧିକ ସୁଦୃଢ଼ କରିଛି।

 

ସମ୍ବନ୍ଧିତ ଖବର