୭୨ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେପି

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଆଜି ବିଜେପି ପ୍ରଥମ ପର୍ଯ୍ୟାୟରେ ୭୨ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଜନତା ଦଳ(ଏସ୍‌) ପରେ ବିଜେପି ଦ୍ୱିତୀୟ ଦଳ ଭାବେ ଆଜି ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏପ୍ରିଲ ୧୫ରେ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ଜଣାପଡ଼ିଛି । ମୋଟ ୨୨୪ ଆସନରୁ ବିଜେପି ଆଜି ୭୨ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ୧୫ ତାରିଖ ମଧ୍ୟରେ ଆଉ ଦୁଇଟି ପର୍ଯ୍ୟାୟରେ ନାମ ଘୋଷଣା କରିବା ସମ୍ଭାବନା ରହିଛି । ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବି.ଏସ. ୟେଦୁରପ୍ପା କହିଛନ୍ତି ଯେ ରାଜ୍ୟରେ ଅପାରଗ କଂଗ୍ରେସ ସରକାରକୁ ଗାଦିଚ୍ୟୁତ କରିବା ପାଇଁ ଲୋକେ ସ୍ଥିର କରିସାରିଥିବାରୁ ବିଜେପି ବିପୁଳ ବିଜୟ ସହ କ୍ଷମତାକୁ ଫେରିବ।

ସମ୍ବନ୍ଧିତ ଖବର