୧୬ଦିନ ପରେ ମଧ୍ୟ ଅଚଳ ହୋଇ ପଡ଼ି ରହିଛି ବିଜେପିର ହ୍ୟାକ୍ ହୋଇଥିବା େଓ୍ଵବ୍ସାଇଟ୍
ନୂଆଦିଲ୍ଲୀ : ୧୬ଦିନ ପୂର୍ବରୁ ହଠାତ୍ ବିଜେପିର େଓ୍ଵବ୍ସାଇଟ୍ ହ୍ୟାକ୍ ହେବାର ଖବର ମିଳିଥିଲା । କିନ୍ତୁ ୧୬ଦିନ ପରେ ମଧ୍ୟ ଏ ପର୍ଯ୍ୟନ୍ତ େଓ୍ଵବ୍ସାଇଟ୍ଟି ଚାଲୁ ହୋଇ ପାରି ନଥିବା ଜଣା ପଡ଼ିଛି । ମାର୍ଚ୍ଚ ୫ରେ େଓ୍ଵବ୍ସାଇଟ୍ ହ୍ୟାକ୍ ହେବା ପରେ ଆମେ ଖୁବ୍ ଶୀଘ୍ର ଫେରିବୁ । ଏବେ େଓ୍ଵବ୍ସାଇଟ୍ର କାମ ଜାରି ରହିଛି । ଆମେ ଖୁବ୍ ଶୀଘ୍ର ଅନ୍ଲାଇନ୍ ଆସିବୁ ବୋଲି େଓ୍ଵବ୍ସାଇଟ୍ରେ ଲେଖା ହୋଇଥିବା ଦେଖା ଯାଇଛି । ଏହି କଥା ଲେଖା ହେବାକୁ ୧୬ଦିନ ବିତି ଯାଇଥିବା ବେଳେ ଏ ପର୍ଯ୍ୟନ୍ତ େଓ୍ଵବ୍ସାଇଟ୍ ପୂର୍ବ ଅବସ୍ଥାକୁ ଫେରି ପାରି ନାହିଁ ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, େଓ୍ଵବ୍ସାଇଟ୍ ହ୍ୟାକ୍ ହେବା ପରେ ବିଜେପିର ଆଇଟି ପ୍ରମୁଖ ଅମିତ ମାଲବୀୟ ମାର୍ଚ୍ଚ ୫ରେ େଓ୍ଵବ୍ସାଇଟ୍ ହ୍ୟାକ୍ ହେବା ପରେ ୧-୨ଦିନ ଭିତରେ େଓ୍ଵବ୍ସାଇଟ୍ ଚାଲୁ ହୋଇଯିବ ବୋଲି ଜଣାଇଥିଲେ । ଏହା ସହ େଓ୍ଵବ୍ସାଇଟ୍ର କିଛି ଟେକ୍ନିକ୍ ଖରାପ ଥିବାରୁ ଏପରି ସମସ୍ୟା ଦେଖା ଯାଇଛି । କେହି ଏହାକୁ ହ୍ୟାକ୍ କରି ନାହାନ୍ତି ବୋଲି ସ୍ପଷ୍ଟ କରିଥିଲେ । କିନ୍ତୁ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏତେ ଦିନ ପର୍ଯ୍ୟନ୍ତ େଓ୍ଵବ୍ସାଇଟ୍ ବନ୍ଦ ପଡ଼ି ରହିବାର କେବଳ ଗୋଟେ ହିଁ କାରଣ ହୋଇପାରେ । ତାହା ହେଉଛି େଓ୍ଵବ୍ସାଇଟ୍ରୁ ଡାଟା ଚୋରି ହୋଇଛି । ଯାହା ପାଇଁ ପୂରା େଓ୍ଵବ୍ସାଇଟ୍କୁ ପୁଣି ଥରେ ଡିଜାଇନ୍ କରାଯାଉଛି । ତେବେ ପ୍ରକୃତରେ ଏତେ ଦିନ ବିଜେପିର େଓ୍ଵବ୍ସାଇଟ୍ ବନ୍ଦ ପଡ଼ି ରହିବାର କାରଣ କ’ଣ ତାହା ପର ମୂହୁର୍ତ୍ତରେ ଜଣା ପଡ଼ିବ ।