କୃଷ୍ଣସାର ମୃଗ ଶିକାର ମାମଲା : ସୈଫ୍‌, ସୋନାଲି, ତବୁ ଓ ନିଲମଙ୍କୁ କୋର୍ଟ ନୋଟିସ୍‌

ନୂଆଦିଲ୍ଲୀ : ୧୯୯୮ ମସିହାର କୃଷ୍ଣସାର ମୃଗ ଶିକାର ମାମଲାରେ ଆଜି ଯୋଧପୁର ହାଇକୋର୍ଟ ବଲିଉଡ୍ ତାରକା ସୈଫ୍‌ ଅଲି ଖାନ୍‌, ସୋନାଲି ବେନ୍ଦ୍ରେ, ନୀଲମ୍‌ କୋଠାରୀ ଏବଂ ତବୁଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଏହି ମାମଲାରେ ଗତବର୍ଷ ଏପ୍ରିଲ ୫ ତାରିଖରେ କୋର୍ଟ ସଲମାନ ଖାଁଙ୍କୁ ଦୋଷୀସାବ୍ୟସ୍ତ କରି ୫ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ତେବେ ମାମଲାର ଅନ୍ୟ ଅଭିଯୁକ୍ତ ସୈଫ୍‌, ସୋନାଲି, ତବୁ ଏନଂ ନୀଲମଙ୍କୁ ଦୋଷମୁକ୍ତ କରିଥିଲେ। କିନ୍ତୁ ରାଜସ୍ଥାନ ସରକାର ସେମାନଙ୍କ  ବିରୋଧରେ ଚ୍ୟାଲେଞ୍ଜ କରିବା ପରେ  ଯୋଧପୁର ହାଇକୋର୍ଟ ଆଜି ସେମାନଙ୍କୁ ନୋଟିସ୍‌ ଜାରି କରିଛନ୍ତି। ସେମାନଙ୍କୁ ସାହାଯ୍ୟ କରିଥିବା ଅନ୍ୟତମ ଅଭିନେତା ଦୁଶ୍ୟନ୍ତ ସିଂହଙ୍କୁ ମଧ୍ୟ କୋର୍ଟ ନୋଟିସ୍‌ କରିଛନ୍ତି।

ସମ୍ବନ୍ଧିତ ଖବର