ମୋଦୀଙ୍କ ପାଖକୁ ଚିଠି ଲେଖିଲେ ବ୍ରାଜିଲ୍‌ ରାଷ୍ଟ୍ରପତି, ହନୁମାନଙ୍କ ସହ ତୁଳନା କଲେ

ନୂଆଦିଲ୍ଲୀ : ବ୍ରାଜିଲ୍‌ ରାଷ୍ଟ୍ରପତି ଜେଆର ବଲ୍‌ସୋନାରୋ ଆଜି ଏକ ଚିଠି ଲେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବା‌ଦ ଜଣାଇଛନ୍ତି। କୋଭିଡ୍‌ ମୁକାବିଲା ପାଇଁ ଏବେ ସବୁଠୁ ଗୁରୁତ୍ବପୂର୍ଣ୍ଣ ସାବ୍ୟସ୍ତ ହୋଇଥିବା ହାଇଡ୍ରୋକ୍ସି‌କ୍ଲୋରକ୍ବିନ୍‌ର ରପ୍ତାନି କଟକଣା କୋହଳ କରିବାପରେ ବଲ୍‌ସୋନାରୋ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ରାମାୟଣରେ ହନୁମାନ ଯେମିତି ପ୍ରଭୁ ଶ୍ରୀରାମଙ୍କ ଭାଇ ଲକ୍ଷ୍ମଣଙ୍କ ଜୀବନ ବଞ୍ଚାଇବା ପାଇଁ ହିମାଳୟକୁ ଯାଇ ଔଷଧୀୟ ସଜଂବନୀ ବୁଟି ଆଣିଥିଲେ ଭାରତ ଠିକ୍‌ ସେମିତି ବ୍ରାଜିଲ୍‌କୁ ହାଇଡ୍ରୋକ୍ସ‌ିକ୍ଲୋରକ୍ବିନ୍‌ ରପ୍ତାନି କଟକଣା ହଟାଇ ଏକ ମହାନ କାମ କରିଛି। ଭାରତ ଏବଂ ବ୍ରାଜିଲ୍‌ ଏକାଠି ଏହି ସଙ୍କଟର ମୁକାବିଲା କରିବେ ବୋଲି ବଲ୍‌ସୋନାରୋ ମୋଦୀଙ୍କୁ ଲେଖିଥିବା ଚିଠିରେ କହିଛନ୍ତି। ମୋଦୀ ଏବଂ ବ୍ରାଜିଲ୍‌ ରାଷ୍ଟ୍ରପତି ବଲ୍‌ସୋନାରୋ ଗତକାଲି ଫୋନ୍‌ ଯୋଗେ ମଧ୍ୟ କଥା ହୋଇଥିଲେ। ବଲ୍‌ସୋନାରୋ କହିଛନ୍ତି, ବ୍ରାଜିଲ୍‌ରେ କେବଳ କୋଭିଡ୍‌ ମୁକାବିଲା ପାଇଁ ନୁହେଁ, ଅନ୍ୟ ରୋଗପାଇଁ ବି ହାଇଡ୍ରୋକ୍ସିକ୍ଲୋରକ୍ବିନ୍‌ର ବିପୁଳ ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର