ଗ୍ରାହକ ସାଜି କୋଠୀରୁ ଭଉଣୀଙ୍କୁ ଉଦ୍ଧାର କଲେ ଭାଇ

ନୂଆଦିଲ୍ଲୀ: ଜଣେ ଭାଇ ଦେହ ବ୍ୟବସାୟରେ ଫସିଥିବା ଭଉଣୀଙ୍କୁ ରକ୍ଷା କରିବାକୁ ଯାଇ ଶେଷରେ କୋଠୀରେ ଗ୍ରାହକ ହେବାକୁ ବାଧ୍ୟ ହୋଇଛନ୍ତି ଏବଂ ଶେଷରେ ତାଙ୍କର ଲକ୍ଷ୍ୟ ହାସଲରେ ସଫଳ ହୋଇଛନ୍ତି । ଏଭଳି ଏକ ଘଟଣା ଘଟିଛି ଦିଲ୍ଲୀ ଜିବି ରୋଡ଼ ଅଂଚଳରେ ।

ଭଲ ଚାକିରି ପାଇବା ଲକ୍ଷ୍ୟ ନେଇ ଜଣେ ଯୁବତୀ ପଶ୍ଚିମବଙ୍ଗରୁ ଦିଲ୍ଲୀ ଚାଲିଆସିଥିଲେ। ସେ ନେଟୱାର୍କିଂ ବିଜିନେସରେ କାମ ପାଇଥିଲେ।  ଗତ ଜୁନ ୮ ତାରିଖରେ ଜଣେ ମହିଳା ଦଲାଲ ତାଙ୍କୁ ଭଲ ଚାକିରି କରାଇ ଦେବାର ଲୋଭ ଦେଖାଇ ଜିବି ରୋଡ଼୍‌ରେ ଥିବା ଏକ କୋଠୀରେ ପହଞ୍ଚାଇ ଦେଇଥିଲା । ସେଠାରୁ ବାହାରିବା ଯୁବତୀ ଜଣକ ପାଇଁ ଅସମ୍ଭବ ହୋଇପଡ଼ିଥିଲା । ଶେଷରେ କୋଠୀରେ ଦେହ ବେପାର କରିବାକୁ ସେ ବାଧ୍ୟ ହୋଇଥିଲେ ।

फाइल फोटो
photo-amarujala

ଉକ୍ତ ଯୁବତୀ(୨୭) ନିଖୋଜ ହେବା ନେଇ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା। ତାଙ୍କ ଭାଇ ଭଉଣୀକୁ ଖୋଜିବା ଜାରି ରଖିଥିଲେ।ସଂଯୋଗବଶତଃ ସେଠାରେ ପହଞ୍ଚିଥିବା ଜଣେ ଗ୍ରାହକ ପୀଡ଼ିତାର ଭାଇକୁ ଫୋନ୍ କରି ଭଉଣୀଙ୍କ ସଂପର୍କରେ ସୂଚନା ଦେଇଥିଲେ। ତାପରେ ଭାଇ ନିଜେ ସେହି କୋଠୀକୁ ପ୍ରଥମ ଗ୍ରାହକ ହୋଇ ଯାଇଥିଲେ । ତାପରେ ସେ ଥାନାରେ ଏତଲା ଦେବାପରେ ଦିଲ୍ଲୀ ମହିଳା କମିସନ ପୁଲିସର ସହାୟତାରେ ଉକ୍ତ ଯୁବତୀଙ୍କୁ ଉଦ୍ଧାର କରିଥିଲେ। କୋଠୀର ମାଲିକାଣୀକୁ ବି ଗିରଫ କରାଯାଇଥିଲା।

 

ସମ୍ବନ୍ଧିତ ଖବର