ନେହରୁ ଯୁବ କେନ୍ଦ୍ର ସଂଗଠନ ପାଇଁ କେନ୍ଦ୍ରୀୟ ଅନୁଦାନ : ୪ ବର୍ଷରେ ଓଡ଼ିଶାକୁ ମିଳିଛି ୬୧.୨୧ କୋଟି

ନୂଆଦିଲ୍ଲୀ : ନେହରୁ ଯୁବ ସଂଗଠନ ଅନ୍ତର୍ଗତ ରାଜ୍ୟକୁ ଗତ ୪ ବର୍ଷରେ ସର୍ବମୋଟ୍‌ ୬୧୨୧ ଲକ୍ଷ ବା ୬୧.୨୧କୋଟି ଟଙ୍କା ଆବଣ୍ଟନ କରାଯାଇଥିବାବେଳେ ଏଥିରୁ ୫୨୩୬ ଲକ୍ଷ ବା ୫୨.୩୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଦେଶର ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଅର୍ଥ ଖର୍ଚ୍ଚ କରିବାରେ ଓଡ଼ିଶାର ପ୍ରଦର୍ଶନ ସନ୍ତୋଷଜନକ ରହିଛି। କେନ୍ଦ୍ର ଯୁବ ଓ କ୍ରୀଡ଼ା ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ରିପୋର୍ଟରୁ ଏହା ଜଣାପଡ଼ିଛି।

ରିପୋର୍ଟ ଅନୁସାରେ, ୨୦୧୬-୧୭ରେ ଓଡ଼ିଶାରେ ଆବଣ୍ଟନ କରାଯାଇଥିବା ୧୩୫୧ ଲକ୍ଷ ଟଙ୍କାରୁ ୧୨୬୪ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ସେହିଭଳି, ୨୦୧୭-୧୮ରେ ୧୪୫୪ ଲକ୍ଷ ଟଙ୍କାରୁ ୧୪୪୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ୨୦୧୮-୧୯ରେ ୧୬୬୫ ଲକ୍ଷ ଟଙ୍କାରୁ ୧୫୭୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ୨୦୧୯-୨୦ର ନଭେମ୍ବର ସୁଦ୍ଧା ୧୬୫୧ ଲକ୍ଷ ଟଙ୍କାରୁ ୯୫୩ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି ବୋଲି ରିପୋର୍ଟରେ ଉଲ୍ଲେଖ ଅଛି।

କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ନେହରୁ ଯୁବ କେନ୍ଦ୍ର ସଂଗଠନ ମାନଙ୍କୁ ଏହି ଅର୍ଥ ପ୍ରଦାନ କରାଯାଇଥାଏ। ଦେଶର ସମୁଦାୟ ୬୨୩ଟି ଜିଲ୍ଲାରେ ଏହି କେନ୍ଦ୍ର ରହିଛି। ଏହିସବୁ କେନ୍ଦ୍ରକୁ ମିଳୁଥିବା ଅର୍ଥରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥାଏ। ରିପୋର୍ଟ ଅନୁସାରେ ଓଡ଼ିଶାରେ ୨୦୧୬-୧୭ରେ ୨୯ଟି, ୨୦୧୭-୧୮ରେ ୩୦ଟି ୨୦୧୮-୧୯ରେ ୨୯ଟି ତଥା ୨୦୧୯-୨୦ରେ ଡିସେମ୍ବର ସୁଦ୍ଧା ୧୫ଟି ଜିଲ୍ଲା ଯୁବ କନଭେନସନ୍ ଆୟୋଜନ କରାଯାଇଥିଲା।

ସମ୍ବନ୍ଧିତ ଖବର