ମହିଳାଙ୍କ ହାଇ ଭୋଲଟେଜ୍‌ ଡ୍ରାମା: ସାମାନ୍ୟ କାରଣରୁ ବିଚ୍‌ ରାସ୍ତାରେ ଯୁବକଙ୍କୁ ଲୁହା ରଡ୍‌ରେ ପିଟିଲେ

ଚଣ୍ଡିଗଡ଼ : ଚଣ୍ଡିଗଡ଼ରେ ଜଣେ ମହିଳା ବିଚ୍‌ ରାସ୍ତାରେ ଯୁବକଙ୍କୁ ମାଡ଼ ମାରିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ସାମାନ୍ୟ କଥା ପାଇଁ ମହିଳାଙ୍କ ହାଇଭୋଲଟେଜ୍‌ ଡ୍ରାମା ଦେଖି ଉପସ୍ଥିତ ଲୋକେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କେମିତି ଯୁବକଙ୍କୁ ବଞ୍ଚାଇବେ ସେ ଚିନ୍ତା କରୁଥିଲେ ମଧ୍ୟ କେହି ଯୁବକଙ୍କୁ ବଞ୍ଚାଇବା ପାଇଁ ଆଗକୁ ବଢ଼ି ନଥିଲେ । ଏ ମଧ୍ୟରେ ପୁଲିସ ଆସି ପହଞ୍ଚିବାରୁ ଯୁବକଙ୍କୁ ମହିଳାଙ୍କ କବଳରୁ ରକ୍ଷା ମିଳି ପାରିଥିଲା ।

Times of India

ସୂଚନା ମୁତବକ, ନୀତିଶ ନିଜ ପରିବାର ସହିତ କାର୍‌ରେ ଯାଉଥିବା ବେଳେ ରାସ୍ତାର ଭୁଲ ପାର୍ଶ୍ୱରେ କାର ନେଇ ଆସୁଥିଲେ ମହିଳା । ନୀତିଶଙ୍କ କାର୍‌ ମହିଳାଙ୍କ ଗାଡ଼ିରେ ଟିକେ ଘସି ହୋଇଯିବାରୁ ନୀତିଶ ଗାଡ଼ିରୁ ବାହାରି ଭୁଲ ପାର୍ଶ୍ୱରେ କାହିଁକି ଯାଉଥିଲ ବୋଲି ମହିଳାଙ୍କୁ କହିଥିଲେ । ଏ ମଧ୍ୟରେ ମହିଳାଜଣଙ୍କ ନିଜ ଗାଡ଼ିରୁ ଲୁହା ରଡ୍‌ ବାହାର କରି ନୀତିଶଙ୍କୁ ପିଟିବା ଆରମ୍ଭ କରିଥିଲେ । ମହିଳାଙ୍କ ଏଭଳି କାମ ପାଇଁ ଟ୍ରାଫିକ ଜାମ୍‌ ହୋଇ ଯାଇଥିଲେ ମଧ୍ୟ କେହି ନୀତିଶଙ୍କୁ ବଞ୍ଚାଇବା ପାଇଁ ଆଗକୁ ଆସି ନଥିଲେ । କିଛି ସମୟ ପରେ ପୁଲିସ ପହଞ୍ଚି ମହିଳାଙ୍କୁ କାବୁ କରି ନେବା ସହ ନୀତିଶଙ୍କ ଅଭିଯୋଗକ୍ରମେ ତାଙ୍କୁ ଗିରଫ କରିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର