ନୂଆଦିଲ୍ଲୀ: ଆଇଏନ୍ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପୁର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦମ୍ବରମଙ୍କୁ ଆଜି ପୁଣିଥରେ ଦିଲ୍ଲୀ କୋର୍ଟରେ ଶକ୍ତ ଝଟ୍କା ଲାଗିଛି। ଚିଦମ୍ବରମଙ୍କ ହାଜତ ମିଆଦ ଆସନ୍ତା ଅକ୍ଟୋବର ୩ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି ଦିଲ୍ଲୀ କୋର୍ଟ । ଏହାଦ୍ବାରା ଚିଦମ୍ବରମଙ୍କୁ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଜେଲ୍ରେ ହିଁ ରହିବାକୁ ପଡ଼ିବ। ତେବେ ସ୍ବତନ୍ତ୍ର ବିଚାରପତି ଅଜୟ କୁମାର ଚିଦମ୍ବରମଙ୍କ ମେଡିକାଲ ପରୀକ୍ଷା ପାଇଁ ଅନୁମତି ଦେଇଛନ୍ତି। ସିବିଆଇ ପକ୍ଷରୁ ଚିଦମ୍ବରମଙ୍କ ହାଜତ ମିଆଦ ବୃଦ୍ଧି କରିବାପାଇଁ କୋର୍ଟରେ ଆବେଦନ କରାଯିବା ପରେ କୋର୍ଟ ଚିଦମ୍ବରମଙ୍କ ହାଜତ ମିଆଦ ବଢ଼ାଇଛନ୍ତି। ମାମଲାରେ ସିବିଆଇ ପକ୍ଷରୁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହଟା କୋର୍ଟଙ୍କୁ ଅବଗତ କରି କହିଥିଲେ, ଚିଦମ୍ବରମ ଗିରଫ ହେବା ଦିନଠାରୁ ଏଯାବତ୍ ସ୍ଥିତିରେ କୌଣସି ପରିବର୍ତ୍ତନ ଆସିନାହିଁ, ତେଣୁ ତାଙ୍କର ହାଜତ ମିଆଦ ବୃଦ୍ଧି କରିବା ଉଚିତ୍। ଅନ୍ୟପକ୍ଷେ ଚିଦମ୍ବରମଙ୍କ ଓକିଲ କପିଲ ଶିବଲ ଚିଦମ୍ବରମଙ୍କ ହାଜତ ମିଆଦ ବୃଦ୍ଧିକୁ ବିରୋଧ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଅଣ୍ଟା, ପିଠି ଯନ୍ତ୍ରଣା ଅଭିଯୋଗ କଲେ
ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ପୂର୍ବ ଅର୍ଥମନ୍ତ୍ରୀ ପି. ଚିଦମ୍ବରମ ଆଜି କୋର୍ଟରେ କହିଛନ୍ତି ଯେ ତିହାର ଜେଲ୍ରେ ତାଙ୍କୁ ତକିଆ ଏବଂ ଚୌକି ଦିଆଯାଇନାହିଁ। ଏଥି ଯୋଗୁଁ ସେ ପିଠି ଏବଂ ଅଣ୍ଟାରେ ଯନ୍ତ୍ରଣା ଅନୁଭବ କରୁଛନ୍ତି ବୋଲି କହିଥିଲେ। ସେ ସୁବିଧାରେ ବସିବା ଏବଂ ଶୋଇବା ପାଇଁ ଏହା ତୁରନ୍ତ ଉପଲବ୍ଧ କରିବାକୁ ଅନୁରୋଧ କରିଥିଲେ। ଚିଦମ୍ବରମଙ୍କ ଅଣ୍ଟା ଓ ପିଠିରେ ଯନ୍ତ୍ରଣା ଅଭିଯୋଗ ଶୁଣିବା ପରେ ଜେଲ୍ କର୍ତ୍ତୃପକ୍ଷ ଏ ବାବଦରେ ବିଚାର କରିବା ପାଇଁ ଅଦାଲତ କହିଛନ୍ତି।